ଦୁନିଆର ସବୁଠାରୁ ଧନୀ ନେତା, ପାଖରେ ଅଛି ୭୦୦ କାର, ୫୮ଟି ବିମାନ, ୭୦ କୋଟିର ଜାହାଜ

Published By : Prameya-News7 Bureau | May 10, 2024 IST

ନୂଆଦିଲ୍ଲୀ ୧୦।୦୫: ବିଶ୍ବର ସବୁଠାରୁ ଶକ୍ତିଶାଳୀ ନେତା । ୫ମ ଥର ପାଇଁ ରାଷ୍ଟ୍ରପତି ଭାବେ ନେଇଛନ୍ତି ଶପଥ । ମସ୍କୋରେ ପୁଣି ଚାଲିବ ପୁଟିନ ରାଜ୍‌ । ହାତକୁ ଆସିଛି ମସ୍କୋର କମାଣ । ଦୁନିଆର ସବୁଠାରୁ ଧନୀ ରାଜନେତା ଭ୍ଲାଦମିର ପୁଟିନ୍‌ । ପୁଟିନ୍‌ଙ୍କ ମୋଟ ସମ୍ପତ୍ତି ୨୦୦ ବିଲିୟନ ଡଲାରରୁ ଅଧିକ । ରୁଷ ରାଷ୍ଟ୍ରପତି ଭାବେ ପୁଟିନଙ୍କ ବାର୍ଷିକ ଆୟ ୧ ଲକ୍ଷ ୪୦ ହଜାର ଡଲାର ଅର୍ଥାତ୍‌ ୧ କୋଟି ୧୬ ଲକ୍ଷ । 

କୁହାଯାଏ କି ପୁଟିନ ୮୦୦ ବର୍ଗଫୁଟ ଆପାର୍ଟମେଣ୍ଟ, ଗୋଟିଏ ଟ୍ରଲର ଏବଂ ୩ଟି କାରର ମାଲିକ । କିନ୍ତୁ ତାଙ୍କ ଆଲିସାନ୍‌ ଲାଇଫ୍‌ଷ୍ଟାଇଲ୍‌ ଭିନ୍ନ । ରିପୋର୍ଟରେ କୁହାଯାଇଛି କି ପୁଟିନଙ୍କ ବ୍ୟକ୍ତିଗତ ସମ୍ପତ୍ତି ୨୦୦ ବିଲିୟନ ଡଲାର । ଭାରତୀୟ ମୂଲ୍ୟରେ ଏହା ୧୬ କୋଟି ୭୦ ଲକ୍ଷ । ୧୯୯୦ ଦଶକରେ ଋଷର ଜଣେ ପ୍ରତିଷ୍ଠିତ ନିବେଶକଙ୍କ ଦ୍ବାରା ଏପରି ଦାବି କରାଯାଇଥିଲା । 

ପୁଟିନଙ୍କ ସମ୍ପତ୍ତିର ସବୁଠାରୁ ବଡ ପ୍ରମାଣ କଳା ସାଗରରେ ଥିବା ତାଙ୍କ ମହଲ। ଯାହାକୁ ‘ପୁଟିନଙ୍କ କଣ୍ଟ୍ରି କଟେଜ୍‌ 'କୁହାଯାଏ । ଏହି ମହଲରେ ଗ୍ରୀକ୍ ଦେବତାଙ୍କ ପ୍ରତିମୂର୍ତ୍ତି, ସୁଇମିଂ ପୁଲ୍, ଏମ୍ଫିଥିଏଟର, ଭେଗାସ୍ ଷ୍ଟାଇଲ୍ କାସିନୋ ଏବଂ ଏକ ନାଇଟ୍ କ୍ଲବ୍ ରହିଛି । ମହଲ ଭିତରେ ୫ଲକ୍ଷ ଡଲାରର ଡାଇନିଙ୍ଗ୍‌ ରୁମ୍‌ ଫର୍ନିଚର, ୫୪ ହଜାର ଡଲାରର ବାର ଟେବୁଲ, ୮୫୦ ଡଲାରର ଇଟାଲୀ ଟଏଲେଟ ବ୍ରସ ଏବଂ ୧୨୫୦ଡଲାରର ଟଏଲେଟ ପେପର ହୋଲ୍ଡର ବାଥରୁମ୍‌ରେ ରହିଛି ।

ଜାଣି ଆଶ୍ଚର୍ଯ୍ୟ ହେବେ ପୁଟିନ ରହୁଥିବା ମହଲରେ ୪୦ ଜଣ କର୍ମଚାରୀ ରହିଥାନ୍ତି । ଏମାନଙ୍କ ପାଇଁ ବାର୍ଷିକ ୨୦ ଲକ୍ଷ ଡଲାର ଖର୍ଚ୍ଚ ହୋଇଥାଏ । ଏହାବ୍ୟତୀତ ପୁଟିନ୍‌ଙ୍କର ଆଉ ୧୯ଟି ଲଗଜୁରୀ ଘର, ୭୦୦ କାର, ୫୮ଟି ବିମାନ ଏବଂ ହେଲିକପ୍ଟର ରହିଛି । ଏହାକୁ ବାଦ୍‌ ଦେଲେ ୭୧୬ ନିୟୁତ ଡଲାରର ବିମାନ ମଧ୍ୟ ରହିଛି । ଏହାର ନାଁ 'ଫ୍ଲାଇଙ୍ଗ କ୍ରେମଲିନ' ରଖାଯାଇଛି । 

ଏହି ବିମାନର ଭିତର ଅଂଶ କୌଣସି ମହଲ ଠାରୁ କମ୍‌ ନୁହେଁ । ଏଥିରେ ଏକ ଆଲିସାନ୍‌ ମିଟିଙ୍ଗ୍ ହଲ୍‌, ଆରାମଦାୟକ କ୍ୟାବିନ୍‌ ରହିଛି । ପୁଟିନ୍‌ଙ୍କ ବିମାନରେ ଏକ କିଚେନ୍‌ ମଧ୍ୟ ରହିଛି । ଏହି ବିମାନରେ ଟଏଲେଟ୍‌ର ଅନେକ ଅଂଶ ସୁନାରେ ତିଆରି ହୋଇଛନ୍ତି । ଏହାବ୍ୟତୀତ ପୁଟିନ୍‌ ନିଦ ପୁରା କରିବା ପାଇଁ ବିମାନରେ ଏକ ଆରାମଦାୟକ ବେଡ୍‌ରୁମ୍‌ ମଧ୍ୟ ରହିଛି । ତେବେ ରାଷ୍ଟ୍ରପତିଙ୍କ ପାଖରେ ଶେହେରାଜାଡେ ନାମକ ଏକ ମେଗା ୟାଟ୍ ରହିଛି । ଯାହାର ମୂଲ୍ୟ ୭୦ କୋଟି ଡଲାରର । 

ଯେଉଁଥିରୁ ତାଙ୍କ ସମ୍ପତ୍ତିର ପରିମାଣ ଅନୁମାନ ଲଗାଯାଇଥାଏ । ପୁଟିନଙ୍କର ବିଳାସପୂର୍ଣ୍ଣ ଘଣ୍ଟାର କଲେକ୍ସନ୍‌ ମଧ୍ୟ ରହିଛି । ଯେଉଁଥିରେ ୬୦ ହଜାର ଡଲାରର ପାଟେକ ଫିଲିପ ପର୍‌ପେଚୁଅଲ୍‌ କ୍ୟାଲେଣ୍ଡର ଏବଂ ୫ ଲକ୍ଷ ଡଲାରର A.ଲେଙ୍ଗ୍‌ ଆଣ୍ଡ ସୋହେନ୍ ଟୁର୍ବୋଗ୍ରାଫ୍ ଘଣ୍ଟା ରହିଛି । ଏହି ଘଣ୍ଟାର ଦାମ୍‌ ତାଙ୍କର ବାର୍ଷିକ ବେତନର ୬ଗୁଣା ଅଧିକ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.