ମେ' ୧୩ରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ, ଶନିବାର ସଂଧ୍ୟାରେ ସରିବ ପ୍ରଚାର

Published By : Prameya-News7 Bureau | May 11, 2024 IST

ଭୁବନେଶ୍ୱର ୧୧।୦୫: ଆସନ୍ତା ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ଆଜି ସଂଧ୍ୟାରେ ସରିବ ପ୍ରଚାର । ରାଜ୍ୟର ୪ ଲୋକସଭା ଆସନ ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ଏପ୍ରିଲ ୨୫ରେ ନାମାଙ୍କନ ଦାଖଲ ସରିଥିଲା । ଏହା ପରେ ଆରମ୍ଭ ହୋଇଥିଲା ଘମାଘୋଟ ପ୍ରଚାର । 

ତେବେ ଏହି ପର୍ଯ୍ୟାୟ ପାଇଁ ଶନିବାର ସଂଧ୍ୟାରେ ସରିବ ପ୍ରଚାର । ଏହା ଦେଶ ପାଇଁ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ଦେଶର ୧୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୯୬ ଆସନରେ ଭୋଟ୍ ହେବ । ଆନ୍ଧ୍ରପ୍ରଦେଶର ସମସ୍ତ ୨୫ ଲୋକସଭା ସିଟ୍ ଏବଂ ତେଲେଙ୍ଗାନାର ସମସ୍ତ ୧୭ ଲୋକସଭା ସିଟ୍ ରେ ଭୋଟ୍ ହେବ। ଏହି ପର୍ଯ୍ଯାୟରେ ମଇଦାନରେ ଅଛନ୍ତି ୧୭୧୭ ସାଂସଦ ପ୍ରାର୍ଥୀ । ୧୩ ତାରିଖ ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହେବ ।

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.