ଅକ୍ଷୟ ତୃତୀୟା ପୂର୍ବରୁ ସାମାନ୍ୟ ଖସିଲା ସୁନା ଦର, ଜାଣନ୍ତୁ କେଉଁ ସମୟରେ କିଣିବେ ?

Published By : Prameya-News7 Bureau | May 09, 2024 IST

ନୂଆଦିଲ୍ଲୀ: ଅକ୍ଷୟା ତୃତୀୟା ଅବସରରେ ଭାରତୀୟ ସୁନା କିଣିବାକୁ ପସନ୍ଦ କରନ୍ତି । କୁହାଯାଇଛି ଯେ ଏହି ଦିନ ସୁନା କିଣିବା ଦ୍ୱାରା ଧନ-ସମ୍ପତ୍ତିରେ ବୃଦ୍ଧି ହୋଇଥାଏ । କିନ୍ତୁ ନିକଟ କିଛି ମାସରେ ସୁନା ମୂଲ୍ୟରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । କିନ୍ତୁ ଖୁସିର ବିଷୟ ଏହା ଯେ ମେ ୧୦ରେ ଅକ୍ଷୟ ତୃତୀୟର ଶୁଭ ମୁହୂର୍ତ୍ତର ପୂର୍ବରୁ ସୁନା ମୂଲ୍ୟରେ ପୁଣି ଥରେ ହ୍ରାସ ଦେଖିବାକୁ ମିଳିଛି ।

ଗୁରୁବାର ଦିଲ୍ଲୀର ସର୍ରଫା ବଜାରେ ସୁନା ମୂଲ୍ୟ ସଂଧ୍ୟାରେ ୫୦ ଟଙ୍କା ପ୍ରତି ୧୦ ଗ୍ରାମ କମି ବନ୍ଦ ହୋଇଛି । ଏହିପରି ସୁନାର ମୂଲ୍ୟ ୭୨,୨୫୦ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଛି । ଏହା ପୂର୍ବରୁ ଗୁରୁବାର ସକାଳେ ସୁନାର ମୂଲ୍ୟରେ ୧୦୦ ଟଙ୍କା ଯାଏ ହ୍ରାସ ଦେଖିବାକୁ ମିଳିଥିଲା । ବଜାରରେ ସୁନା ସହ ରୁପା ମୂଲ୍ୟରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି । ରୁପା ମୂଲ୍ୟରେ କେଜି ପିଛା ୧୫୦୦ ଟଙ୍କା କମିଛି । 

ଯଦି ଆପଣ ଅକ୍ଷୟ ତୃତୀୟରେ ସୁନା କିଣିବା ପାଇଁ ଯୋଜନା କରନ୍ତି ତେବେ ଆପଣ ଜାଣି ରଖନ୍ତୁ ଯେ ଅକ୍ଷୟ ତୃତୀୟା ପୂଜାର ଶୁଭ ମୁହୂର୍ତ୍ତ ସକାଳ ୫ଟା ୧୩ ମିନିଟରୁ ଆରମ୍ଭ ହେବ, ଯାହା ୧୧ଟା ୪୩ ମିନିଟ୍ ଯାଏ ରହିବ । ଅନ୍ୟପଟେ ସୁନା କିଣିବା ପାଇଁ ମୁହୂର୍ତ୍ତ ମେ ୧୦ ସକାଳ ୫ଟା ୩୩ ମିନଟରୁ ବିଳମ୍ୱିତ ରାତି ୨ଟା ୫୦ ଯାଏ ରହିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.