ନୂଆଦିଲ୍ଲୀ ୧୭।୦୫: ତେଲ ଦର ବୃଦ୍ଧି ପ୍ରତିବାଦରେ ସାରା ଦେଶରେ ଡେଲିଭରି ଏଜେଣ୍ଟ ଧର୍ମଘଟ ଡାକରା । ଗିଗ୍ ଆଣ୍ଡ୍ ସର୍ଭିସେସ୍ ୱାର୍କସ ପ୍ଲାଟଫର୍ମ (ଜିଆଇପିଏସ୍ଡ ବ୍ଲ୍ୟୁଓ) ଏହି ଧର୍ମଘଟ ଡାକରା ଦେଇଛି । ରବିବାର ଦିନ ୧୨ରୁ ୫ଟା ଯାଏ ଧର୍ମଘଟରେ ସାମିଲ ହେବା ସହ ସେବା ବନ୍ଦ ରଖିବା ଲାଗି ସଂଘ ଏକ୍ସ ପ୍ଲାଟଫର୍ମ ଜରିଆରେ ନିବେଦନ କରିଛି ।

ତେଲ ଦର ବୃଦ୍ଧି ସହ ଅନୁଚିତ ପ୍ରାପ୍ୟକୁ ବିରୋଧ କରିଛନ୍ତି ଏଜେଣ୍ଟ । ତୈଳ ବିପଣନ କମ୍ପାନି ଗୁଡିକ ନିକଟରେ ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୩ ଟଙ୍କା ଲେଖାଏଁ ବୃଦ୍ଧି କରିଛନ୍ତି । ତେଲ ଦର ବୃଦ୍ଧି ଯୋଗୁ ଏବେ ବିଭିନ୍ନ କମ୍ପାନି ଦର ବୃଦ୍ଧି ନେଇ ବିଚାର କରୁଛନ୍ତି । ଉଚ୍ଚ ପରିବହନ ଖର୍ଚ୍ଚ ଏବଂ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଆଧାରରେ ଏହି ଦର ବୃଦ୍ଧି ହୋଇପାରେ । ସଡ଼କ ପଥରେ ମାଲ୍ ପରିବହନ ୨.୫%ରୁ ୩% ବୃଦ୍ଧି ହୋଇପାରେ ।

ଟ୍ରକ ଗୁଡିକରେ ପରିବହନ କ୍ଷେତ୍ରରେ ଡିଜେଲର ଅଂଶ ପ୍ରାୟ ୫୦% । ତେଲ ଦର ବୃଦ୍ଧି ମେ’ ମାସର ମୁଦ୍ରାସ୍ଫୀତି ଉପରେ ପଡିପାରେ । ଜୁନ ପରଠୁ ଏଥିରେ ଆଖିଦୃଶିଆ ବୃଦ୍ଧି ଦେଖାଯିବ ବୋଲି ଆକଳନ କରାଯାଇଛି । ଅଧିକାଂଶ ଅର୍ଥନୀତିଜ୍ଞ ମୁଦ୍ରାସ୍ଫୀତି ଆକଳନକୁ ବୃଦ୍ଧି କରିଛନ୍ତି ।

Also Read-Salman Khan: ସଲିମ ଖାନଙ୍କୁ ଘଣ୍ଟା ଉପହାର ଦେବା ପାଇଁ ଲୋନ କରିଥିଲେ ସଲମାନ, ବାପାଙ୍କଠୁ ପଡିଥିଲା ଗାଳି