LIVE TV

ଦିଲ୍ଲୀରେ ଅଜବ ମାମଲା : ରାସ୍ତାରେ ଝଗଡ଼ା କରୁଥିବା ବେଳେ ୧୧ କିଲୋ ରୁପା ନେଇ ଫେରାର ହୋଇଗଲା ଚୋର

NEWS7
11 Kg Silver Gets Stolen

ନୂଆଦିଲ୍ଲୀ : ଉତ୍ତର-ପୂର୍ବ ଦିଲ୍ଲୀର ନ୍ୟୁ ଉସ୍ମାନପୁର ଅଞ୍ଚଳରୁ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି। ଏଠାରେ ଦୁଇ ଜଣ ଲୋକଙ୍କ ମଧ୍ୟରେ ରାସ୍ତାରେ ହୋଇଥିବା ଯୁକ୍ତିତର୍କ ବେଳେ ଜଣେ ବ୍ୟକ୍ତିଙ୍କର ସ୍କୁଟର ଡିଗିରୁ ପାଖାପାଖି ୧୧ କିଲୋଗ୍ରାମ୍‌ ରୁପା ଚୋରି ହୋଇ ଯାଇଛି। ଏହି ଘଟଣାଟି ରବିବାର ଜେପିସି ହସ୍ପିଟାଲ ନିକଟରେ ଘଟିଛି।

ପୁଲିସ ଅନୁସାରେ , ୨୨ ବର୍ଷିୟ ଶାହଦରା ନିବାସୀ ରାମରତନ ଅଗ୍ରୱାଲ ନିଜର ଅଭିଯୋଗରେ କହିଛନ୍ତି ଯେ, ସେ ସ୍କୁଟରରେ ତାଙ୍କ ଘରକୁ ଫେରୁଥିଲେ। ସେତେବେଳେ ତାଙ୍କ ଗାଡ଼ି ଦୁଇ ଜଣଲୋକ ଯାଇଥିବା ବାଇକ୍‌ରେ ଧକ୍କା ହୋଇଗଲା। ଏହାପରେ ଦୁଇ ପକ୍ଷ ମଧ୍ୟରେ କିଛି ଯୁକ୍ତିତର୍କ ହୋଇଥିଲା, କିନ୍ତୁ ଅଭିଯୁକ୍ତ ସେଠାରୁ ଚାଲି ଯାଇ ଥିଲେ। ରାମରତନ ଅଗ୍ରୱାଲ ଘରକୁ ଫେରିଥିଲେ।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁସାରେ, ଘରେ ପହଞ୍ଚିବା ପରେ ରାମରତନ ଅଗ୍ରୱାଲ ଦେଖିଲେ ସ୍କୁଟର ଡିଗିରେ ରଖିଥିବା ୧୧ କିଲୋଗ୍ରାମ୍‌ ରୁପା ଗାଏବ ହୋଇଯାଇଛି। ସେତେବେଳେ ସେ ଖୁବ୍‌ ଚିନ୍ତାରେ ପଡ଼ିଗଲେ। ଆଉ ଏହା ସେହି ଯୁକ୍ତିତର୍କ କରୁଥିବା ଲୋକେ ନେଇ ଯାଇଥିବା ଅନୁମାନ କରିଥିଲେ।

ତାଙ୍କର ଅଭିଯୋଗ ଅଧାରରେ ପୁଲିସ ଦ୍ୱାରା ମାମଲା ରୁଜୁ କରାଯାଇଛି ଏବଂ ଅଭିଯୁକ୍ତକୁ ଚିହ୍ନଟ କରିବା ପାଇଁ ଘଟଣାସ୍ଥଳର ଆଖପାଖର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି।