କେଜରିଓ୍ବାଲଙ୍କୁ କୋର୍ଟରୁ ଝଟକା, ବଢ଼ିଲା ଇଡି ରିମାଣ୍ଡ ଅବଧି

Published By : Prameya-News7 Bureau | March 28, 2024 IST

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଇଡି ହେପାଜତରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ କୋର୍ଟରୁ ବଡ଼ ଝଟକା। କେଜରିଓ୍ବାଲଙ୍କ ଇଡି ରିମାଣ୍ଡ ଅବଧିକୁ ଏପ୍ରିଲ ୧ ପର୍ଯ୍ୟନ୍ତ ବଢ଼ାଇଲେ କୋର୍ଟ। ଗୁରୁବାର ତାଙ୍କୁ ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ତେବେ ଇଡି କେଜରିଓ୍ବାଲଙ୍କୁ ସାତ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା। 

ସୂଚନାଥାଉକି, ଗତକାଲି ଅରବିନ୍ଦ କେଜରିଓ୍ବାଲଙ୍କ ଯାଚିକା ଉପରେ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଶୁଣାଣି ହୋଇଥିଲା। ଅଦାଲତ କେଜରିଓ୍ବାଲଙ୍କୁ ଅନ୍ତରୀଣ ଆଶ୍ବସ୍ତି ଦେବାକୁ ମନା କରିବା ସହ ଇଡିକୁ, ଅରବିନ୍ଦ କେଜରିଓ୍ବାଲଙ୍କ ଯାଚିକାର ଉତ୍ତର ରଖିବାକୁ ଏପ୍ରିଲ ୨ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। କୋର୍ଟ କହିଛନ୍ତି ଏହି ମାମଲାରେ ଅନେକ ଗରୁତ୍ବପୂର୍ଣ୍ଣ ଦିଗ ରହିଛି ଯାହା ଉପରେ ଇଡି ଠାରୁ ଉତ୍ତର ଜାଣିବା ଦରକାର। ତେଣୁ ତରବରିଆ ଭାବରେ ନିଷ୍ପତ୍ତି ନିଆଯାଇପାରିବନାହିଁ। 

କଂଗ୍ରେସ ଛାଡ଼ିଲେ ଦେଶର ସବୁଠୁ ଧନୀ ମହିଳା, ବିଜେପିରେ ହେବେ ସାମିଲ

ବିଚାରପତି ସ୍ବର୍ଣ୍ଣକାନ୍ତା ଶର୍ମା, ଗିରଫଦାରୀ ଏବଂ ଇଡି ହେପାଜତକୁ ପଠାଯିବାକୁ ଚାଲେଞ୍ଜ କରୁଥିବା କେଜରିଓ୍ବାଲଙ୍କ ଯାଚିକା ଉପରେ ଇଡିକୁ ନୋଟିସ ଜାରି କରିଛନ୍ତି। ଏହି ମାମଲାରେ ଆଗାମୀ ଶୁଣାଣି ଏପ୍ରିଲ ୩ରେ ହେବ। 

ଉଲ୍ଲେଖଯୋଗ୍ୟ, ଅବକାରୀ ନୀତି ଘୋଟାଲା ଅଭିଯୋଗରେ ମାର୍ଚ୍ଚ ୨୧ରେ ଇଡି ଅରବିନ୍ଦ କେଜରିଓ୍ବାଲଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା। ଗିରଫ ପୂର୍ବରୁ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଜେରା କରିଥିଲା ଇଡି। ତେବେ ଇଡି ଏହି ଆକ୍ସନ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଲଗାତାର ୯ଥର ସମନକୁ ଅଣଦେଖା କରିବା ପରେ ନେଇଥିଲା। ମାର୍ଚ୍ଚ ୨୨ରେ କେଜରିଓ୍ବାଲଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଯେଉଁଠାରେ ଅଦାଲତ ତାଙ୍କୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଇଡି ହେପାଜତରେ ପଠାଇଥିଲେ। 

  • Arvind Kejriwal
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.