ଭାରତୀୟ ନହେଲେ ଆମେରିକାରେ ସିଇଓ ହେଇପାରିବେନି; ୟୁଏସ୍‌ ରାଷ୍ଟ୍ରଦୂତ

Published By : Prameya-News7 Bureau | April 27, 2024 IST

ନୂଆଦିଲ୍ଲୀ: ତୁମେ ଭାରତୀୟ ନହେଲେ ଆମେରିକାରେ ସିଇଓ ହୋଇପାରିବ ନାହିଁ। ଏକଥା ଆମେ କହୁ ନାହୁଁ, ଖୋଦ୍ ଆମେରିକା ରାଷ୍ଟ୍ରଦୂତ ଏରିକ ଗାର୍‌ସେଟି କହିଛନ୍ତି। ଏଏନ୍ଆଇକୁ ସାକ୍ଷାତ୍‌କାର ଦେଇ ଏପରି କହିଛନ୍ତି ଗାର୍‌ସେଟି। ପ୍ରକୃତରେ ବିଶ୍ୱର ବଡ଼ ବଡ଼ କମ୍ପାନୀ ଯଥା ଗୁଗଲ(Google), ୟୁଟ୍ୟୁବ(Youtube), ମାଇକ୍ରୋସଫ୍ଟ(Microsoft),ଷ୍ଟାରବକ୍ସ(Starbucks), ନୋୱାର୍ଟିସ୍(Novartis),ଆବିଏମ୍(IBM), ଓ ଏଡୋବୀ(Adobe) ଆଦି କମ୍ପାନୀର ସିଇଓ ମୂଳଭାରତୀୟ ନାଗରିକ। ଏସବୁ ଛାଡ଼ିଦେଲେ ଆମେରିକାର ଏକାଧିକ ଛୋଟବଡ଼ କମ୍ପାନୀର ସିଇଓ ହେଉଛନ୍ତି ମୂଳ ଭାରତୀୟ ନାଗରିକ। ଏଥିପାଇଁ ଅନେକ ସମୟରେ ମଜାକ୍‌ ମଜାକରେ କୁହାଯାଏ ଯେ ଆମେରିକୀୟ କମ୍ପାନୀର ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ।

ଏହି ମଜାକିଆ କଥାକୁ ଦୋହରାଇଛନ୍ତି ଭାରତରେ ଥିବା ଆମେରିକା ରାଷ୍ଟ୍ରଦୂତ ଏରିକ ଗାର୍‌ସେଟି। ଏପ୍ରିଲ ୧୬ ତାରିଖରେ ଏଏନ୍‌ଆଇକୁ ପ୍ରତିକ୍ରିୟା ଦେଇ ସେ ଆମେରିକାରେ ରହୁଥିବା ଭାରତୀୟଙ୍କୁ ପ୍ରଶଂସା କରିଥିଲେ। ଭାରତୀୟଙ୍କୁ ପ୍ରଶଂସା କରି ଗାର୍‌ସେଟି କହିଥିଲେ ଯେ ଆମେରିକାର ପ୍ରଥମେ ଏହା ଜୋକ୍ କରାଯାଉଥିଲା ଯେ ଯଦି ଆପଣ ଭାରତୀୟ ତେବେ ଆମେରିକାରେ ସିଇଓ ହେଇପାରିବେ। ହେଲେ ଏବେ ଲୋକେ ମଜାକରେ କହୁଛନ୍ତି ଯେ ଯଦି ଆପଣ ଭାରତୀୟ ନୁହଁନ୍ତି ତେବେ ଆମେରିକାରେ ସିଇଓ ହେଇପାରିବେ ନାହିଁ।

ପ୍ରବାସୀ ଭାରତୀୟମାନେ ଆମେରିକାରେ ଏକାଧିକ ପରିବର୍ତ୍ତନ କରିଛନ୍ତି। ଆମେରିକା ଭାରତ ସମ୍ପର୍କ ମଧ୍ୟରେ ନିକଟରେ ବହୁତ ବଡ଼ ପରିବର୍ତ୍ତନ ହୋଇଛି। ଆମେରିକା ଲୋକେ ଏବେ ଭାରତକୁ ଏକ ସ୍ୱତନ୍ତ୍ର ନଜରରେ ଦେଖୁଛନ୍ତି ବୋଲି ଗାର୍‌ସେଟି କହିଛନ୍ତି।

ପଢ଼ନ୍ତୁ-ଟ୍ରେନ୍‌ରେ ମିଳିବନି ୧ ଲିଟର ପାଣି ବୋତଲ; ରେଳ ବିଭାଗ ନେଲା ବଡ଼ ନିଷ୍ପତ୍ତି

ଭାରତୀୟ ଛାତ୍ରଙ୍କୁ ନେଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ଗାର୍‌ସେଟୀ। ଭାରତୀୟ ଛାତ୍ରଙ୍କ ପାଇଁ ଆମେରିକା ସବୁଠାରୁ ସୁରକ୍ଷିତ ସ୍ଥାନ। ଆମେରିକା ଭାରତୀୟ ଛାତ୍ରଙ୍କ ଧ୍ୟାନ ବି ରଖେ। ଭାରତୀୟ ବାପାମାଙ୍କୁ ଆଶ୍ୱାସନା ଦେଇ ଗାର୍‌ସେଟି କହିଥିଲେ ଯେ ଆପଣାମାନେ ସବୁବେଳେ ଭାବନ୍ତୁ ଯେ ଭାରତୀୟ ପିଲା ଆମ ପିଲା। ଆମେରିକାର ସାଧନର ଅଭାବ ନାହିଁ। ଆମେ ଛାତ୍ରଙ୍କୁ ସବୁ ପ୍ରକାରର ସହଯୋଗ କରିବାକୁ ପ୍ରସ୍ତୁତ ଅଛୁ। 

  


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.