ଦିଲ୍ଲୀର ଦୁର୍ବଳ ପ୍ରଦର୍ଶନ: କୋଲକାତାକୁ ୧୫୪ ରନ୍‌ ଟାର୍ଗେଟ୍‌ ଦେଲେ ପନ୍ତ ବାହିନୀ

Published By : Prameya-News7 Bureau | April 29, 2024 IST

IPL X

କୋଲକାତା: କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ଦିଲ୍ଲୀର ଦୁର୍ବଳ ପ୍ରଦର୍ଶନ। ଶେଷ ବେଳକୁ କୁଲ୍‌ଦୀପ ଯାଦବ ରକ୍ଷଣଶୀଳ ବ୍ୟାଟିଂ କରି ୩୫ ରନ୍ କରିବାରୁ ସମ୍ମାନଜନକ ସ୍କୋର କରିବାରେ ସମର୍ଥ ହେଲା ଦିଲ୍ଲୀ କ୍ୟାପିଟାଲ୍। ଇଡେନ ଗାର୍ଡେନ୍‌ରେ ଖେଳାଯାଉଥିବା ଆଇପିଏଲ୍‌ର ୪୭ ତମ୍ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। 
ଦଳ ନିର୍ଦ୍ଧାରିତ ୨୦ ଓଭର ଖେଳି ୯ ୱିକେଟ୍ ହରାଇ ମାତ୍ର ୧୫୩ ରନ୍ କରି ପାରିଛି। ଦଳ ପକ୍ଷରୁ କୁଲଦୀପ ଯାଦବ* ସର୍ବାଧିକ ୩୫ ରନ୍ କରିଥିବା ବେଳେ କ୍ୟାପ୍ଟେନ୍ ଋଷବ ପନ୍ତ ୨୭ ରନ୍ କରିଛନ୍ତି। ସେପଟେ କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୩ଟି ୱିକେଟ୍ ନେଇଛନ୍ତି। 

ଆଜିର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଦିଲ୍ଲୀ ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିଲା। ଦଳ ୧.୩ ଓଭରେ ପୃଥ୍ୱୀ ଶ(୭ ବଲ୍ ୧୩ ରନ୍)ଙ୍କ ୱିକେଟ୍ ହରାଇଥିଲା। ଏହାପରେ ଗୋଟିଏ ପରେ ଗୋଟିଏ ୱିକେଟ୍ ପଡ଼ିବା ଆରମ୍ଭ ହୋଇଥିଲା। ଗତ ମ୍ୟାଚ୍‌ର ବିସ୍ଫୋରକ ଇନିଂସ୍ ଖେଳିଥିବା ଜ୍ୟାକ୍ ଫ୍ରେସର ମ୍ୟାକ୍‌ଗର୍କ ଏଥର ମାତ୍ର ୧୨ ରନ୍ କରି ଆଉଟ୍ ହୋଇଥିଲେ। 

ସେହିପରି ଅଭିଷେକ ପୋରେଲ ୧୮ ରନ୍, ଶାଇ ହୋପ ୬, ଅକ୍ସର ପଟେଲ ୧୫, ତ୍ରିସ୍ତାନ ଷ୍ଟବ୍ସ ୪,କୁମାର କୁଶାଗ୍ରା ୧, ରଶିକା ଦାର ସାଲମ ୮ ଓ ଲିଜ୍ଜାଦ ୱିଲିୟମ୍ସ ମାତ୍ର ୧ ରନ୍ କରି ନଟ୍‌ଆଉଟ୍ ରହିଥିଲେ। 

ଅନ୍ୟପଟେ ଆଜି କୋଲକାତା ବୋଲରମାନେ ଦିଲ୍ଲୀ କ୍ୟାପିଟାଲ୍ସର ଦୁର୍ଦ୍ଦଶ ବ୍ୟାଟରଙ୍କୁ ଏକ ପ୍ରକାର ବାନ୍ଧି ରଖିଥିଲେ। କୌଣସି ବ୍ୟାଟରଙ୍କୁ ହାତ ଖୋଲିବାକୁ ସୁଯୋଗ ଦେଇ ନଥିଲେ। ଗୋଟିଏ ଯୋଡ଼ି ସେଟ୍‌ ହେଲା ମାତ୍ରେ ୱିକେଟ୍ ଯାଉଥିଲା। ଦଳ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୩ ୱିକେଟ୍ ନେଇଥିବା ବେଳେ ବୈଭବ ଅରୋରା ଓ ହର୍ଷିତା ରାଣା ଦୁଇଟି ଲେଖାଏ ୱିକେଟ୍ ନେଇଛନ୍ତି। ସେହିପରି ମିଚେଲ ଷ୍ଟାର୍କ୍‌ଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା।  

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.