ଟିଟିଲାଗଡ଼ରେ ପାଣ୍ଡିଆନ୍‌ଙ୍କ ପ୍ରଚାର, ମାଗଣା ବିଜୁଳି ଦେବ କହି ବିଜେପି ଦିନରେ ଲଣ୍ଠନ ଦେଖାଉଛି

Published By : Prameya-News7 Bureau | May 16, 2024 IST

ଟିଟିଲାଗଡ଼ ୧୬।୦୫: ଟିଟିଲାଗଡ଼ରେ ବିଜେଡି ନେତା ଭିକେ ପାଣ୍ଡିଆନ୍‌ଙ୍କ ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କୁ ପ୍ରଚାର କରିବା ସହ ବିରୋଧୀ ଦଳକୁ ଟାର୍ଗେଟ କରିଛନ୍ତି । ମାଗଣା ବିଜୁଳି ଦେବ କହି ବିଜେପି ଦିନରେ ଲଣ୍ଠନ ଦେଖାଉଛି । ତେଣୁ ଯୋଡି ଶଙ୍ଖରେ ଭୋଟ ଦେବାକୁ ଅପିଲ କରିଛନ୍ତି ପାଣ୍ଡିଆନ୍‌ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଗାମୀ ନିର୍ବାଚନରେ ଆପଣାମାନେ ଉଚିତ୍‌ ଜବାବ ଦେବେ । ଆଉ କିଏ ଜିତିଲେ ଟିଟିଲାଗଡ଼ ବହୁତ ପଛକୁ ପଳାଇବ । ତେଣୁ ବିଜେଡିକୁ ବିପୁଳ ବହୁମାତ୍ରାରେ ଭୋଟ ଦେଇ ବିଜୟୀ କରିବାକୁ ପଡିବ । ଜୁନ୍‌ ୯ରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ । ଏହାପରେ ପ୍ରଥମ ଦସ୍ତଖତ କରିବେ, ଜୁଲାଇରୁ ଆସିବନି ବିଜୁଳି ବିଲ୍‌ । ବିଜେପି କହୁଛି ସୋଲାର ପ୍ୟାନେଲ ମାଧ୍ୟମରେ ମାଗଣା ବିଜୁଳି ଦେବ । ଏଥିପାଇଁ ଆପଣ ୫୦ ହଜାର ଟଙ୍କା ଖର୍ଚ୍ଚ କରିବେ । ଏହାପରେ ଦ୍ୱିତୀୟ ଦସ୍ତଖତ ହେବ ।  ସମସ୍ତେ ବି.ଏସ୍‍.କେ.ୱାଇରେ ସାମିଲ ହେବେ । ଆଉ ତୃତୀୟ ଦସ୍ତଖତ, ୬୦ ବର୍ଷ ପରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ପେନସନ୍‍ ବ୍ୟବସ୍ଥା

ସେହିପରି ସଇଁତଳାକୁ ଏନ୍‌ଏସି କରିଛନ୍ତି ମୁଖ୍ୟମନ୍ତ୍ରୀ । ଛତିଶଗଡ଼ର ମନ୍ତ୍ରୀମାନେ ଓଡିଶା ଆସୁଛନ୍ତି । ଆଉ ଟଙ୍କା ବାଣ୍ଟୁଛନ୍ତି । ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ମାଡ଼ କରୁଛନ୍ତି । ଏପିରିକି ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷାରେ ଗାଳି ଦେଉଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.