କଟକ ୨୮।୦୫ : ମୁଁ ମୋ ଘରକୁ ଫେରିବା ଭଳି ଅନୁଭବ କରୁଛି । କାହିଁକି ନା ମୁଁ ମୁଁ ଏନଡିଏ ସହ ମିଶି ମୋ ରାଜନୀତି କ୍ୟାରିୟର ଆରମ୍ଭ କରିଛି । ପ୍ରେସମିଟ୍ କରି ଏପରି କହିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ।

ପ୍ରେସମିଟରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, 'ମୁଁ ମୋ ଘରକୁ ଫେରିଵା ଭଳି ଅନୁଭବ କରୁଛି । 'କାରଣ ମୁଁ ଏନଡିଏ ସହ ମୋ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲି । ଦୀର୍ଘ ଦିନ ଧରି ମୋତେ ଅଣଦେଖା କରାଯାଉଥିଲା । ଏପିରିକି ମୋତେ ନବୀନ ବାବୁଙ୍କୁ ଦେଖା କରାଇ ଦେଉନଥିଲେ । ବିଜୁ ବାବୁଙ୍କ ସଂପତ୍ତି ହାତେଇବା ପାଇଁ ଷଡ଼ଯନ୍ତ୍ର ଚାଲିଛି । ବିଜେଡିର ଏବେ ମା-ବାପା ନଥିବା ଭଳି । ବିଜେଡିର କିନ୍ତୁ ଦୁର୍ନୀତି ନଥିଲା । ମୋହନ ସରକାର ହେଉଛନ୍ତି ଲୋକଙ୍କ ସରକାର । କଟକର ବିଜେଡି ସଂଗଠନ ମୋ ସହ ଆସି ସାରିଲେଣି । ବାରବାଟୀ କଟକର ୨୮ ବିଜେଡି କର୍ପୋରେଟର ମୋ ସହିତ ଅଛନ୍ତି ।

ସେପଟେ ପ୍ରେସମିଟ୍ କରି ଦେବାଶିଷ ସାମନ୍ତରାୟଙ୍କଙ୍କୁ କଟାକ୍ଷ କରିଛି ବିଜେଡି। ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, ପ୍ରଲୋଭିତ କରେଇବା ଓ ପ୍ରଲୋଭିତ ହେବାର ଟ୍ରେଣ୍ଡ ଏବେ ଦେଶରେ ଚାଲିଛି। ଗୋଟିଏ ଦଳ ଲୋକଙ୍କୁ ପ୍ରୋଲଭିତ କରୁଛି। ସେହି ପ୍ରସେସରେ ଦୁଇ ଦିନ ତଳେ ଜଣେ ନେତା ଆମ ଦଳ ଛାଡିଛନ୍ତି । ଦଳର ଭଲ ସମୟରେ ଥିଲେ, ବିଜେଡିରୁ ପଦ ପଦବୀ ପାଇଥିଲେ। ପୂର୍ବରୁ କିଛି ଜଣ ଯାଇଥିଲେ। ହେଲେ ତାଙ୍କୁ ଦେଖିବାକୁ ମିଳୁନାହିଁ। ଏବେ ଦେବାଶିଷ ସାମନ୍ତରାୟ ଗଲେ। ଦଳ ଯେତେବେଳେ ବିରୋଧୀ ଦଳରେ ଅଛି। ସେ ସମୟରେ କହୁଛନ୍ତି ମୁଁ ଏବେ ପୁରୁଣା ଘରକୁ ଫେରିଛି। ବିଜେପିରେ ଏବେ ପଲିଟିକାଲ ଟସଲ ଚାଲିଛି। ଦେବାଶିଷ ବାବୁ ଟ୍ରାପରେ ପଡିଲେ। ନବୀନ ବାବୁ ଆପଣଙ୍କୁ ୫ ଥର ଟିକେଟ ଦେବା ସହ ରାଜ୍ୟସଭାକୁ ପଠାଇଛନ୍ତି। ଯଦି ଅଣନିଶ୍ୱାସୀ ହେଉଥିଲେ ତାହାଲେ କାହିଁକି ସେତେବେଳେ ଇସ୍ତଫା ଦେଇ ଦେଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଲେନିନ।

Watch Video:-