ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ଖୁସି ଖବର ଦେଇଛନ୍ତି ମୋଦି ସରକାର। କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ରେ ଦୁଇ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ କରିଛନ୍ତି କେନ୍ଦ୍ର କ୍ୟାବିନେଟ୍ । ଏହି ନିଷ୍ପତ୍ତି ପରେ କର୍ମଚାରୀମାନଙ୍କ ପାଇଁ DA ଏବେ ବୃଦ୍ଧି ପାଇବ।

ଏହି ସରକାରୀ ନିଷ୍ପତ୍ତି ପରେ କର୍ମଚାରୀମାନଙ୍କ ପାଇଁ ମୋଟ ମହଙ୍ଗା ଭତ୍ତା ୫୮ ପ୍ରତିଶତରୁ ବୃଦ୍ଧି ପାଇ ୬୦ ପ୍ରତିଶତ ହୋଇଛି। ଏହି ବୃଦ୍ଧି ପ୍ରାୟ ୫୦ ଲକ୍ଷ ସରକାରୀ କର୍ମଚାରୀ ଏବଂ ୬.୫ ଲକ୍ଷରୁ ଅଧିକ ପେନସନଭୋଗୀଙ୍କୁ ସିଧାସଳଖ ଲାଭ ଦେବ। ଏଥି ଯୋଗୁଁ ସେମାନଙ୍କର ମାସିକ ଦରମା ଏବଂ ପେନସନ ବୃଦ୍ଧି ପାଇବ।

also read-ମାଲେମାଲ ହୋଇଯିବେ ଚାକିରିଆ ! ସର୍ବନିକ ବେସିକ୍ ପେ' ମିଳିବ ୬୯ ହଜାର

କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପାଇଁ କର୍ମଚାରୀମାନେ ଅପେକ୍ଷା କରିଥ ଯଥେଷ୍ଟ ଆଶ୍ୱସ୍ତି ଦେଇଛି ଯେଉଁମାନେ କିଛି ସମୟ ଧରି ଏହି ଘୋଷଣାକୁ ଅପେକ୍ଷା କରିଥିଲେ ଏବଂ ବର୍ଦ୍ଧିତ ମୁଦ୍ରାସ୍ଫୀତି ମଧ୍ୟରେ ସେମାନଙ୍କର ଆୟ ବୃଦ୍ଧି ପାଇଁ ଦାବି କରୁଥିଲେ।