ନୂଆଦିଲ୍ଲୀ,|୦୭ମାଡ଼ି ଆସୁଛି ବାତ୍ୟା । ସୁସୁ ହୋଇ ବହିବ ପବନ । ଧାରଣ କଲାଣି ଉଗ୍ର ରୂପ । ସମୁଦ୍ରରେ ବଳ ଗୋଟାଉଛି । ଆଉ କିଛି ଦିନରେ କରିବ ଲ୍ୟାଣ୍ଡଫଲ୍ । ଉଜାଡି ଦେବ ସବୁ କିଛି । ଭାଙ୍ଗିବ ଘର । ଉପୁଡି ପଡିବ ବିରାଟକାୟ ଗଛ । ସୁପର୍ ଟାଇଫୁନ୍ ବାଭିକୁ ନେଇ ଏବେ ସମସ୍ତେ ଭୟଭୀତ ଏବଂ ଆତଙ୍କିତ ।

ରିପୋର୍ଟ ଅନୁସାରେ, ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଏକ ସୁପର ଟାଇଫୁନ୍ ବା ସାମୁଦ୍ରିକ ବାତ୍ୟା ବାଭି ମୁଣ୍ଡ ଟେକିଛି । ଏହା ଏବେ କ୍ୟାଟେଗୋରୀ ୫ରେ ପହଁଚି ଗଲାଣି । ଅର୍ଥାତ ଶକ୍ତିଶାଳୀ ରୂପ ଧାରଣ କରିଛି ବାଭି । ଯାହା ଧିରେ ଧିରେ ଆମେରିକୀୟ ପ୍ରଶାନ୍ତ ମହାଦ୍ୱୀପ ଆଡକୁ ବଢି ଚାଲିଛି । ଜୁଲାଇ ୬ ତାରିଖରେ ବାଭି ଗୁଆମ୍, ରୋଟା, ଟେନିୟନ ଏବଂ ସାଇପନରେ ଲ୍ୟାଣ୍ଡଫଲ୍ କରିପାରେ । ଏହି ସବୁ ଅଞ୍ଚଳ ଫିଲିପାଇନ୍ସ ସାଗର ନିକଟରେ ରହିଛି । ଲ୍ୟାଣ୍ଡଫଲ୍ ପରେ ଏହା ମାରିଆନା ଦ୍ୱୀପ ଆଡେ ବଢିବାର ସମ୍ଭାବନା ରହିଛି । ଏଠାରୁ ବାଭି ଫିଲିପାଇନ୍ସ, ତାଇଓ୍ୱାନ ଏବଂ ଚାଇନା ଆଡେ ଯାଇପାରେ ।

ପାଣିପାଗବିତଙ୍କ କହିବାନୁସାରେ, ବାତ୍ୟା ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୬୦ ମାଇଲ୍ ବା ୨୬୦ କିଲୋମିଟର ରହିପାରେ । ଆମେରିକା ପାଣିପାଗ ବିଭାଗ ଏଥିପାଇଁ ଗୁଆମ, ରୋଟା, ଟିନିୟନ ଏବଂ ସାଇପନରେ ହାଇ ଆଲର୍ଟ ଜାରି କରିଛି । କାରଣ ଗୁଆମ ଏବଂ ମାରିଆନା ଦ୍ୱୀପରେ ଏବେ ଘଣ୍ଟା ପ୍ରତି ୨୫୯ ବେଗରେ ପବନ ବହିଲାଣି । ଯାହାର ଝଟକା ଘଣ୍ଟା ପ୍ରତି ୩୧୫ କିଲୋମିଟର ଭଳି ଅନୁଭୂତ ହେଉଛି । ସମୁଦ୍ରରେ ଉଚ୍ଚା ଲହର ଉଠୁଛି । ବର୍ଷା ମଧ୍ୟ ହେଲାଣି ।

Also Read :- Road Collapsed: ଧସିଲା ୫୦ଫୁଟର ପିଚୁ ରାସ୍ତା, ଜଳସମ୍ପଦ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଦୋଷ ଲଦାଲଦି

ବଦଳିଯିବ ନାଁ

ଆହୁରି ମଧ୍ୟ ପାଣିପାଗ ବିଭାଗ କହିଛି ଯେ, ଆସନ୍ତା ସପ୍ତାହରେ ବାତ୍ୟା ମାରିୟାନା ଦ୍ୱୀପକୁ ଅତିକ୍ରମ କରିବ । ବୁଧବାର ସୁପର ଟାଇଫୁନ୍ ଭାବି ଫିଲିପାଇନ୍ସ ଏବଂ ଏହାର ପଶ୍ଚିମ ଦିଗକୁ ବଢିପାରେ । ଫିଲିପାଇନ୍ସରେ ମାଡ଼ ହେଲା ପରେ ଏହାର ନାଁ ଇଣ୍ଡେ ହୋଇଯିବ । ଏହା ଫିଲିପାଇନ୍ସ ଉପକୂଳରେ ସିଧାସଳଖ ମାଡ଼ ହେବ ନାହିଁ । କିନ୍ତୁ ବର୍ଷା ଏବଂ ପବନର ପ୍ରଭାବ ପଡିବ । ଭୂସ୍ଖଳନର ବିପଦ ମଧ୍ୟ ରହିଛି ।

ଫିଲିପାଇନ୍ସ ଅତିକ୍ରମ କରିବା ପରେ ଭାବି ତାଇଓ୍ୱାନ ଏବଂ ପୂର୍ବ ଚାଇନା ଆଡକୁ ବଢିପାରେ । ଆସନ୍ତା ସପ୍ତାହର ଶେଷ ଦିନରେ ଏହା ଚୀନ ନିକଟବର୍ତ୍ତୀ ସମୁଦ୍ରରେ ଏହା ମାଡ଼ ହେବ । ଯାହା ତାଇଓ୍ୱାନ ସମେତ ଚାଇନାରେ ଭୟଙ୍କର କ୍ଷୟକ୍ଷତି କରିପାରେ ବୋଲି ଆକଳନ କରାଯାଉଛି ।