LIVE TV

ଉପର ମୁଣ୍ଡରେ ପ୍ରବଳ ବର୍ଷା, ଧୋଇ ହୋଇଗଲା କଲଭର୍ଟ

NEWS7
Narayanpatna

ନାରାୟଣପାଟଣା ୨୪।୯: ଗତ ଚାରିଦିନ ତଳେ ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି । ବର୍ଷା ଫଳରେ କଲଭର୍ଟ ଧୋଇ ହୋଇଯାଇଛି । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍‌ର ତଳ ଡାବେରୀକୁ ସଂଯୋଗ କରୁଥିବା ରାସ୍ତାର ଗୋଟିଏ ପାର୍ଶ୍ଵ ଖାଇଯାଇଥିବା ବେଳେ ପୋଲଟି ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି I

ଏହା ଦୁର୍ଗମ ଅଞ୍ଚଳ ହୋଇଥିଲେ ହେଁ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ ହୋଇଥିଲା I ତେବେ ନିମ୍ନମାନର କାମ ହୋଇଥିବା ଯୋଗୁଁ ଏପରି ହୋଇଥିବା କୁହାଯାଉଛି I ପାହାଡିଆ ପାଣିକୁ ଦୃଷ୍ଟିରେ ରଖି ସେହି ଅନୁପାତରେ ପୋଲ ନିର୍ମାଣ ହେବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୋଲ ନିର୍ମାଣ କରିବା ପାଇଁ ଗାଁ ଲୋକେ ଦାବି କରିଛନ୍ତି I ବନ୍ଧୁଗାଁ ବ୍ଲକ୍ ମୁଖ୍ୟ ଦପ୍ତରକୁ ଯିବାକୁ ହେଲେ ଚାଲି ଚାଲି ୪ କି.ମି. ମୁଖ୍ୟରାସ୍ତାକୁ ଯିବାକୁ ପଡୁଥିବା ଲୋକେ କହିଛନ୍ତି I ଏହି ପୋଲ ଧୋଇହେବା ଯୋଗୁଁ ଗାଁକୁ ଆମ୍ବୁଲାନ୍ସ ଆସିପାରୁନଥିବା ଅଭିଯୋଗ ହୋଇଛି I ଗ୍ରାମରେ ପ୍ରାୟ ୨୦ଟି ପରିବାର ରହୁଥିବା ବେଳେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏମାନେ I ତୁରନ୍ତ ଏଠାରେ ଏକ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି I