ଚେନ୍ନାଇ: ମହାମୁକାବିଲା ପୂର୍ବରୁ ବଡ଼ ଝଟ୍‌କା । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ IPL ୨୦୨୬ମ୍ୟାଚ୍ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ଜଣେ ଖେଳାଳି ଦୁଃଖରେ ଭାଙ୍ଗି ପଡିଛନ୍ତି । CSK ଧୂରନ୍ଧର ମୁକେଶ ଚୌଧୁରୀଙ୍କ ମାଆଙ୍କ ହେହାନ୍ତ ହୋଇଛି । ଚେନ୍ନାଇ ସୁପର କିଙ୍ଗସ ତାଙ୍କ ମାଆଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛି । ଚେନ୍ନାଇ ଫ୍ରାଞ୍ଚାଇଜ୍ ଶୋକ ପ୍ରକାଶ କରିଛି ସୋସିଆଲ ମିଡିଆରେ ସ୍ପଷ୍ଟ କରିଛି । ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ କୁହାଯାଇଛି ଯେ, ମୁକେଶ ଚୌଧୁରୀଙ୍କ ମାଆଙ୍କ ମୃତ୍ୟୁରେ ଆମେ ଗଭୀର ଦୁଃଖିତ । ଏହି କଷ୍ଟକର ସମୟରେ ସେମାନେ ମୁକେଶ କୁମାରଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରୁଛୁ ।

 

ମାଙ୍କ ମୃତ୍ୟୁ ଯୋଗୁଁ ମୁକେଶ ଚୌଧୁରୀ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ପାଇଁ ଉପଲବ୍ଧ ହେବେ ନାହିଁ । ଚେନ୍ନାଇ ସୁପର କିଙ୍ଗସ ଏପ୍ରିଲ ୨୩ ତାରିଖରେ ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବାର କାର୍ଯ୍ୟକ୍ରମ ରହିଛି ଯାହା ପାଇଁ CSK ଦଳ ମୁମ୍ବାଇରେ ଅଛି । ମୁକେଶ ଚୌଧୁରୀ ମୁମ୍ବାଇର CSK ଶିବିର ଛାଡି ତାଙ୍କ ଜନ୍ମସ୍ଥାନ ଭିଲୱାରାକୁ ଚାଲିଯାଇଛନ୍ତି। 

ମୁକେଶ ଚୌଧୁରୀ IPL ୨୦୨୬ରେ କେବଳ ଗୋଟିଏ ମ୍ୟାଚ୍ ଖେଳିଛନ୍ତି। ସେ ଏପ୍ରିଲ ୧୮ତାରିଖରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳି ୨୧ ରନ ଦେଇ ୨ ୱିକେଟ୍ ନେଇଥିଲେ। ସେ ଇଶାନ କିଶାନ ଏବଂ ଟ୍ରାଭିସ୍ ହେଡ୍ ଙ୍କ ୱିକେଟ୍ ନେଇଥିଲେ। 

Also Read...Dhoni-Chahar Bonding: ଏ ପିଲାକୁ ବିଦାକର...ଗୁରୁଙ୍କ ଗାଳି ପରେ ପାଦ ଛୁଇଁଲେ ଶିଷ୍ୟ, ଭିଡିଓ ଭାଇରାଲ୍....

ମୁକେଶ ଚୌଧୁରୀଙ୍କୁ ଖଲିଲ୍ ଅହମ୍ମଦଙ୍କ ସ୍ଥାନରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ CSK ର ପ୍ଲେଇଂ ଇଲେଭେନରେ ସାମିଲ କରାଯାଇଥିଲା। ଆଘାତ ଯୋଗୁଁ ଖଲିଲ୍ ଅହମ୍ମଦ IPL ୨୦୨୬ରୁ ବାଦ ପଡ଼ିଥିଲେ, ଯାହା ଦ୍ୱାରା ମୁକେଶ ଚୌଧୁରୀଙ୍କୁ ସୁଯୋଗ ମିଳିଥିଲା। ତଥାପି, ଯେତେବେଳେ ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମଧ୍ୟ ଅନୁପଲବ୍ଧ ଥିବେ । ସେତେବେଳେ ଗୁରଜପନିତଙ୍କୁ ସୁଯୋଗ ମିଳିପାରେ।