ବୌଦ୍ଧ ୩୦।୩: ମହାନଦୀର ସାତକୋଶିଆ ଗଣ୍ଡରେ ପ୍ରାକୃତିକ ସନ୍ତୁଳନ ସ୍ଥିର କରିବା ସହିତ ଘଡ଼ିଆଳ କୁମ୍ଭୀର ମାନଙ୍କ ବଂଶ ବୃଦ୍ଧି ନେଇ ୨୦୧୯ ରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଆଜି ସଫଳ ହୋଇଛି । ଏହି ଗଣ୍ଡରେ ସମୁଦାୟ ୩୫ଟି ଘଡ଼ିଆଳ କୁମ୍ଭୀର ଛଡାଯିବା ନେଇ ଆରମ୍ଭ ହୋଇଥିଲା ଯୋଜନା ସଫଳ ହୋଇଛି । ମହାନଦୀରେ ସୋମବାର ୧୨ଟି ଘଡ଼ିଆଳ କୁମ୍ଭୀର ଛଡାଯାଇଛି । ଫଳରେ ମହାନଦୀରେ ଘଡ଼ିଆଳ କୁମ୍ଭୀର ସଂଖ୍ୟା ୩୫ରେ ପହଞ୍ଚିଛି ।

ପ୍ରଥମେ ଘଡ଼ିଆଳ କୁମ୍ଭୀର ମାନଙ୍କ ନନ୍ଦନକାନନରେ ଦୀର୍ଘ ସମୟ ଧରି ପାଳନ କରିବା ପରେ ପ୍ରତ୍ୟେକ ପର୍ଯ୍ୟାୟକ୍ରମେ କିଛି କିଛି କୁମ୍ଭୀର ମାନଙ୍କୁ ଆଣି ଏହି ଗଣ୍ଡ ରେ ଛଡାଯାଇଛି । ସୋମବାର ୧୨ଟି କୁମ୍ଭୀରଙ୍କ ଦେହରେ ଟ୍ରାକିଂ ମେସିନ୍ ଲଗାଇ ମହାନଦୀରେ ଛଡ଼ା ଯାଇଛି । କୁମ୍ଭୀର ମାନଙ୍କ ଗତିବିଧି ଉପରେ ଲଗାତାର ଭାବେ ନଜର ରଖାଯିବ ପାଇଁ ଏହି ଟ୍ରାକିଂ ମେସିନ୍ ଲଗାଯାଇଛି । ମହାନଦୀ ସାତକୋଶିଆ ବନ୍ୟପ୍ରାଣୀ ରେଞ୍ଜ ଅନ୍ତର୍ଗତ ସୁନାଖଣିଆ ବିଟ୍ ନିକଟସ୍ତ ମହାନଦୀରେ ଏହି କୁମ୍ଭୀର ମାନଙ୍କୁ ଛଡାଯାଇଛି ।

Also Read:- ​​​​​​​CM Delhi Visit: ବିଜେପି ସାଂସଦ ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା

ନୟାଗଡ଼ ବନଖଣ୍ଡ ପକ୍ଷରୁ ବନଖଣ୍ଡ ଅଧିକାରୀଙ୍କ ସମେତ ସମସ୍ତ ବନ ଅଧିକାରୀ ଆସି ପ୍ରଥମେ ସୁନାଖଣିଆ ବିଟ୍ ନିକଟରେ ପହଞ୍ଚି ଥିଲେ । ପରେ ନନ୍ଦନକାନନରୁ ଆସିଥିବା ବିଶେଷଜ୍ଞ ଟିମ୍ ଆଣିଥିବା ୧୨ ଘଡ଼ିଆଳ କୁମ୍ଭୀର ମହାନଦୀକୁ ନିଆଯାଇଥିଲା । ପରେ ସମସ୍ତ କୁମ୍ଭୀରଙ୍କୁ ପର୍ଯ୍ୟାୟକ୍ରମେ ସାତକୋଶିଆ ଗଣ୍ଡକୁ ଛଡା ଯାଇଥିଲା । ତେବେ ଦୀର୍ଘ ୭ ବର୍ଷରେ ମହାନଦୀରେ ୩୫ ଘଡ଼ିଆଳ କୁମ୍ଭୀର ଛାଡ଼ିବାର ଯୋଜନା ସଫଳ ହୋଇଛି । ଏହି ଯୋଜନା ଯୋଗୁଁ ଅଗାମୀ ଦିନରେ ଓଡ଼ିଶାକୁ ସମଗ୍ର ଭାରତରେ ପରିଚୟ ପ୍ରଦାନ କରିବ ବୋଲି RCCF ସଞ୍ଜୟ କୁମାର ସ୍ୱାଇଁ କହିଛନ୍ତି ।