LIVE TV

୧୯୩ ମଣ୍ଡପ ପାଇଁ ୬୧ ପ୍ଲାଟୁନ ଫୋର୍ସ, ସୁନା ଗହଣା ମଣ୍ଡପରେ ଜଗିବେ ବନ୍ଧୁକଧାରୀ ପୋଲିସ

NEWS7
cp

ଭୁବନେଶ୍ୱର ୨୯।୦୯ : ଦୁର୍ଗାପୂଜା ନେଇ ପ୍ରସ୍ତୁତି ସରିଛି । ଗ୍ରାଉଣ୍ଡ ଓ୍ୱାର୍କ କରିସାରିଛି ପୋଲିସ। ବେଆଇନ ଅସ୍ତ୍ରଶସ୍ତ୍ର, ଏନ୍‌ଫୋର୍ସମେଣ୍ଟ, ନିଶା କାରବାର ଓ ଲୋକଙ୍କ ସୁରକ୍ଷା ପାଇଁ ଦାଗୀଙ୍କୁ ତଡ଼ିପାର ପ୍ରକ୍ରିୟା ଜାରି ରହିଛି ବୋଲି ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ,  ଭୁବନେଶ୍ୱରରେ ମୋଟ ୬୧ ପ୍ଲାଟୁନ ଫୋର୍ସ, ସେଣ୍ଟରାଲ ଫୋର୍ସ ୩ ପ୍ଲାଟୁନ ସହ ଆଣ୍ଟିଟେରର ପାଇଁ ସ୍ପେଶାଲ ଟାକ୍ଟିକାଲ ୟୁନିଟ ଓ ୨୦ ପ୍ଲାଟୁନ ହୋମଗାର୍ଡ ମୁତୟନ କରାଯାଇଛି I ମହିଳାଙ୍କ ସୁରକ୍ଷା ପାଇଁ,  HER ବା ଶକ୍ତି ବାହିନୀ ଟିମ ବି ପ୍ରସ୍ତୁତ ରହିଛନ୍ତି I କିଛି ଅଘଟଣର ଖବର ପାଇବା ମାତ୍ରେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିବ ଟିମ୍‌ I ଯେକୌଣସି ଅପ୍ରୀତିକର ପରିସ୍ଥିତି ପାଇଁ ଅସ୍ଥାୟୀ କଣ୍ଟ୍ରୋଲ ରୁମ କରିଛି ପୋଲିସ I ତେବେ ୧୯୩ ପେଣ୍ଡାଲ ଭିତରେ ୨୪ ପେଣ୍ଡାଲରେ ସୁନା, ରୂପା ଗହଣାର ମେଢ ଲାଗିବ । ଯାହାର ସୁରକ୍ଷା ପାଇଁ ବନ୍ଧୁକଧାରୀ ପୋଲିସ ମୁତୟନ କରାଯାଇଛି । ଏହାସହ ପ୍ରତିଟି ମଣ୍ଡପରେ ସିସିଟିଭି କ୍ୟାମେରା ଲାଗିବା ବାଧ୍ୟତାମୂଳକ କରାଯାଇଛି । ସେହିପରି ଟ୍ରାଫିକ ସମସ୍ୟା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।ଡ୍ରୋନ୍‌ ସହାୟତାରେ ବେଆଇନ୍‌ ଭାବେ ପାର୍କିଂ କରିଥିବା ଗାଡ଼ିକୁ ଟୋ କରାଯାଉଛି ।