News7 Logo

Bରୁ ବିହାର ଓ Bରୁ ବିଡ଼ି...GST ହ୍ରାସ ଉପରେ ପ୍ରଶ୍ନ ଉଠାଇ ଫସିଗଲା କଂଗ୍ରେସ, ଜୋରଦାର ବିରୋଧ

NEWS7
RAHUL

ନୂଆଦିଲ୍ଲୀ: କେରଳ କଂଗ୍ରେସର ବିବାଦୀୟ ପୋଷ୍ଟ ରାଜନୀତିରେ ଭୂକମ୍ପ ସୃଷ୍ଟି କରିଛି । କେରଳ କଂଗ୍ରେସ ନିଜର ଏକ ପୋଷ୍ଟରେ ବିହାର ଓ ବିଡ଼ି ମଧ୍ୟରେ ତୁଳନା କରିଥିଲା । ଯାହାକୁ ନେଇ ଅନ୍ୟ ରାଜନୈତିକ ଦଳଗୁଡ଼ିକ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି । ବିଜେପି ନେତା କହିଛନ୍ତି ଯେ କଂଗ୍ରେସ ପାର୍ଟିର ନେତାମାନେ ବିହାର ଓ ବିହାରୀଙ୍କୁ ଅପମାନ କରି ଆନନ୍ଦ ପାଉଛନ୍ତି । ବିହାରରେ ମନ୍ତ୍ରୀ ସନ୍ତୋଷ କୁମାର ସୁମନ କଂଗ୍ରେସର ମାନସିକତା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ନିଜ ଚରିତ୍ରକୁ ଯେତେ ଚୁଲାଇବାକୁ ଉଦ୍ୟମ କଲେ ବି ତାହା ବାହାରକୁ ଆସିଯାଉଛି ।

ବିହାର ବିଜେପି ଅଧ୍ୟକ୍ଷ ଦିଲୀପ ଜୟସୱାଲ କେରଳ କଂଗ୍ରେସର ପୋଷ୍ଟକୁ ନେଇ ଜୋରଦାର ବର୍ଷିଛନ୍ତି । ସେ କହିଛନ୍ତି, କଂଗ୍ରେସ ପାର୍ଟିର ନେତା ବିହାରୀ ଓ ବିହାରକୁ ଅପମାନିତ କରିବାର କାମ କରୁଛନ୍ତି । କଂଗ୍ରେସର ପୋଷ୍ଟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ବିହାରର ଲୋକଙ୍କୁ ଅପମାନିତ କରିବା ବିହାରକୁ ଛୋଟ ଦେଖାଇବା କଂଗ୍ରେସ ପାର୍ଟିର କାମ ଅଟେ । ଏଥିପାଇଁ କଂଗ୍ରେସ ପାର୍ଟି ବିରୁ ବିଡ଼ି ଓ ବିରୁ ବିହାରୀ କହୁଛି । ଜୟସୱାଲ କଂଗ୍ରେସ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ଆଜି ବିହାରର ଜନତା ପ୍ରଶ୍ନ କରୁଛନ୍ତି ଯେ କଂଗ୍ରେସ କଣ ବିହାରକୁ ବିଡ଼ି ସହ ତୁଳନା କରୁଛି ? ସେ କହିଛନ୍ତି ଯେ ବିହାର ଜନତା ଏଥିପାଇଁ କେବେ ବି କ୍ଷମା କରିବେ ନାହିଁ ।

ବିହାର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସମ୍ରାଟ ଚୌଧୁରୀ ସୋସିଆଲ୍ ମିଡିଆରେ କଂଗ୍ରେସର ବିବାଦୀୟ ପୋଷ୍ଟ ସେୟାର କରି ଟାର୍ଗେଟ୍ କରିଛନ୍ତି । ସେ ଲେଖିଛନ୍ତି, ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆଙ୍କ ଅପମାନ କରାଗଲା, ଆଉ ଏବେ ପୂରା ବିହାରର ଅପମାନ କରାଯାଇଛି । ଏହା ହିଁ କଂଗ୍ରେସର ପ୍ରକୃତ ଚରିତ୍ର, ଯାହା ବାରମ୍ୱାର ଦେଶ ସାମନାକୁ ଆସୁଛି ।

पहले हमारे माननीय प्रधानमंत्री श्री @narendramodi जी की पूजनीय माता जी का अपमान और अब पूरे बिहार का अपमान — यही है कांग्रेस का असली चरित्र, जो बार-बार देश के सामने उजागर हो रहा है। pic.twitter.com/VvliP16tTJ

— Samrat Choudhary (@samrat4bjp) September 5, 2025

​​​​​​​ବିବାଦ ବଢିବା ପରେ କେରଳ କଂଗ୍ରେସ ନିଜ ବିବାଦୀୟ ପୋଷ୍ଟ ପାଇଁ କ୍ଷମା ପ୍ରାର୍ଥନା କରିଛି । ସୋସିଆଲ୍ ମିଡିଆରେ ପୋଷ୍ଟ କରି କଂଗ୍ରେସ ଲେଖିଛି ଜିଏସଟି ମୂଲ୍ୟକୁ ନେଇ ମୋଦୀଙ୍କ ନୀତିକୁ ନେଇ ଆମ କଟାକ୍ଷକୁ ଭିନ୍ନ ଢଙ୍ଗରେ ଦର୍ଶାଯାଉଛି । ଯଦି ଏଥିପାଇଁ କାହା ଭାବନାକୁ ଆଘାତ ପହଞ୍ଚିଛି ତେବେ ଆମ କ୍ଷମା ମାଗୁଛୁ ।

We see that our jibe at Modi's election gimmick with GST rates is being twisted.

Our apologies if you felt hurt. 🙏🏼 pic.twitter.com/c5bMtgwW5s

— Congress Kerala (@INCKerala) September 5, 2025

​​​​​​​ଉଲ୍ଲେଖଯୋଗ୍ୟ ଯେ କେରଳ କଂଗ୍ରେସ ଶୁକ୍ରବାର ଜିଏସଟିକୁ ନେଇ ବିଜେପି ଟାର୍ଗେଟ୍ କରି ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରିଥିଲା । ଏହି ପୋଷ୍ଟରେ ଲେଖା ଯାଇଥିଲା ଯେ ବିଡ଼ି ଓ ବିହାର ଉଭୟ ବିରୁ ଆରମ୍ଭ ହେଉଛି । ଏବେ ଏହାକୁ ପାପ ବୋଲି କୁହାଯିବନି । କଂଗ୍ରେସର ଏହି ପୋଷ୍ଟ ପରେ ରାଜନୈତିକ ହଇଚଇ ସୃଷ୍ଟି ହୋଇଥିଲା । ବିବାଦ ବଢିବା ପରେ ପୋଷ୍ଟଟିକୁ ସୋସିଆଲ୍ ମିଡିଆକୁ ହଟାଇ ଦିଆଯାଇଛି ।