ନୂପୁର ଶର୍ମା ଓ ବିଜେପି ବିଧାୟକଙ୍କୁ ହତ୍ୟା କରିବାକୁ ଚାଲିଥିଲା ଷଡ଼ଯନ୍ତ୍ର: ମୌଲବୀକୁ ଗିରଫ କଲା ପୁଲିସ

Published By : Prameya-News7 Bureau | May 05, 2024 IST

indiatoday

ନୂଆଦିଲ୍ଲୀ: ବିଜେପି ନେତା ନୂପୁର ଶର୍ମାଙ୍କ ଉପରେ ଏବେ ବି ରହିଛି ରାଗ। ତାଙ୍କୁ ହତ୍ୟା କରିବାକୁ ଭିତରେ ଭିତରେ ଚାଲିଥିଲା ଯୋଜନା। ଅଭିଯୁକ୍ତକୁ ଗୁଜରାଟ ସୁରତରୁ ଗିରଫ କଲା ପୁଲିସ୍। ନୂପୁର ଶର୍ମା ଓ ଜଣେ ଦକ୍ଷିଣ ପନ୍ଥୀ ନେତାଙ୍କୁ ହତ୍ୟା କରିବା ଅଭିଯୋଗରେ ୨୭ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି।

ଅଭିଯୁକ୍ତ ହେଲା ମୌଲବୀ ସୁହେଲ ଅବୁବକର ତିମୋଲ। ମୌଲବୀ ସୁହେଲ ପାକିସ୍ତାନ ଓ ନେପାଳରେ ବସିଥିବା ତା’ର ବସ୍‌ମାନଙ୍କ ସହ ସମ୍ପର୍କରେ ରହିଥିଲା। ସେମାନଙ୍କ ସାହସରେ ସେହେଲ୍ ହିନ୍ଦୀ ଟିଭି ନ୍ୟୁଜ୍ ଚ୍ୟାନେଲ୍‌ର ମୁଖ୍ୟ ସମ୍ପାଦକ ସୁରେଶ ଚଭଙ୍କେ, ତେଲେଙ୍ଗାନା ବିଜେପି ସାଂସଦ ରାଜା ସିଂହ ଓ ପୂର୍ବତନ ପ୍ରବକ୍ତା ନୂପୁର ଶର୍ମାଙ୍କୁ ଧମକାଇଥିଲା। ଏନେଇ ସୁରଟର ଜଣେ ବରିଷ୍ଠ ପୁଲିସ ଅଧିକାରୀ ଅନୁପମ ସିଂହ ଗେହଲୋଟ ସୂଚନା ଦେଇଛନ୍ତି। 

ଅବୁବକର ତିମୋଲ ଏକ ସୁତା ମିଲ୍‌ରେ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିଲା। ଏଥିସହିତ ମୁସ୍ଲିମ ପିଲାମାନଙ୍କୁ ଇସ୍‌ଲାମ ବିଷୟରେ ଟ୍ୟୁସନ ମଧ୍ୟ କରୁଥିଲା। ସେ ହ୍ୱାଟ୍ସଆପ୍ ଗ୍ରୁପ୍‌ ମାଧ୍ୟମରେ ଲୋକଙ୍କ ସହ ଯୋଡ଼ି ହୋଇ ଧର୍ମୀୟ ଭାବନାକୁ ଆଘାତ ଦେଲା ଭଳି ଲେଖା ପୋଷ୍ଟ କରୁଥିଲା। ନିର୍ବାଚନ ସମୟରେ ଧାର୍ମିକ ହିଂସା ଉସ୍‌କାଇବା ତାର ଉଦ୍ଦେଶ୍ୟ ଥିଲା ବୋଲି ଜଣାପଡ଼ିବା ପରେ ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା। 

ଏନେଇ ଗେହେଲୋଟ କହିଛନ୍ତି “ ତିମୁଲର ମୋବାଇଲ୍‌ ଚାଟ୍‌ରୁ ଜଣାପଡ଼ିଛି ଯେ ସେ ପାକିସ୍ତାନ ଓ ନେପାଳରେ ଥିବା ତାର ସହଯୋଗୀଙ୍କ ସହ ମିଶି ହତ୍ୟା ପାଇଁ ଠିକା ନେଉଥିଲା। ତାକୁ ଏକ କୋଟି ଟଙ୍କା ଅଫର କରାଯାଇଥିଲା। ଏହି ଟଙ୍କାରେ ସେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର କିଣି ପ୍ରଥମ ଟାର୍ଗେଟ୍ ହିନ୍ଦୁ ସନାତନ ସଂଘ ଜାତୀୟ ଅଧ୍ୟକ୍ଷ ଉପଦେଶ ରାଣାଙ୍କୁ ହତ୍ୟା କରିଥାନ୍ତା।” 

ଗେହଲୋଟ ଆହୁରି କହିଛନ୍ତି ଯେ ଅବୁବକର ତିମୋଲକୁ ଅଟକ ରଖିବା ପରେ ତା ମୋବାଇଲ୍‌ରେ ଅନେକ ଆପତ୍ତିଜନକ ଲେଖା ଓ ଫଟୋ ପାଇଥିଲୁ। ଯେଉଁଥିରେ ଉପଦେଶ ରାଣାଙ୍କ ହତ୍ୟା ପାଇଁ ତାଙ୍କୁ ଜଣେ ୧ କୋଟି ଟଙ୍କା ଯାଚିବାର ମେସେଜ୍ ମଧ୍ୟ ରହିଥିଲା। ଏଥିପାଇଁ ସେ ନିୟମିତ ସେହି ବ୍ୟକ୍ତି ସହ କଣ୍ଟାକ୍ଟ ରହିଥିଲା। 

ପଢ଼ନ୍ତୁ- ହାଇକୋର୍ଟରେ ପହଞ୍ଚିଲେ ଅଭିଯୁକ୍ତ ଅନୁଜ୍‌ଙ୍କ ପରିବାର, CBI ଯାଞ୍ଚ ପାଇଁ କଲେ ଦାବି

ତିମୋଲ ଯାହା ସହ କଥା ହେଉଥିଲେ ସେମାନଙ୍କ ପରିଚୟ ମିଳିଛି। ଡଣେ ଡୋଗାର ପାକିସ୍ତାନରୁ ଅନ୍ୟ ଜଣେ ଶେହେନାଜ ନେପାଳରୁ ତିମୋଲର ଯୋଗାଯୋଗରେ ଥିଲେ। ଏହି ଦୁଇଜଣ ସୋସିଆଲ ମିଡିଆ ସାହାଯ୍ୟରେ ଅଭିଯୁକ୍ତକୁ କଣ୍ଟାକ୍ଟ କରିଥିଲେ। ଏବଂ କହିଥିଲେ ଯେ ହିନ୍ଦୁ ସଂଗଠନ ନବୀଙ୍କର ମଜାକ ଉଡ଼ାଇଛନ୍ତି। ତେଣୁ ଏହି ସମସ୍ୟାର ସମାଧାନ କରିବା ଉଚିତ୍। ଏହାପରେ ତିମୋଲ ହିନ୍ଦୁ ଧର୍ମ ବିରୋଧରେ ଭାଷଣ ମେସେଜ୍ ଦେଇଥିଲେ। 
ସେମାନଙ୍କ ମଧ୍ୟରେ ଉପଦେଶ ରାଣାଙ୍କ ଫଟୋ ଦିଆ ନିଆ ହୋଇଥିଲା। ଏବଂ କମଲେଶ ତିୱାରୀଙ୍କ ପରି ରାଣାଙ୍କୁ ହତ୍ୟା କରାଯିବ ବୋଲି ତିମୋଲ କହିଥିଲା। ଏଥିସହିତ ରାଣାଙ୍କ ହତ୍ୟା ପାଇଁ ତାଙ୍କୁ ଏକ କୋଟି ଟଙ୍କା ଅଫର ମଧ୍ୟ କରାଯାଇଥିବା ପୁଲିସ ଜାଣିବାକୁ ପାଇଛି।    

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.