ନୂଆଦିଲ୍ଲୀ –ତିବ୍ଦତର ନିର୍ବାସିତ ସରକାରଙ୍କର ଜଣେ ପୂର୍ବତନ ଡାକ୍ତର ଲୋବସାଙ୍ଗ ସାଙ୍ଗେୟ ଚୀନକୁ ନେଇ ଅନେକ ଆଶ୍ଚର୍ଯ୍ୟକର କଥା କହିଛନ୍ତି। ନିକଟରେ ଏକ ଇଣ୍ଟରଭ୍ୟୁ ବେଳେ ସେ ଦାବି କରିଛନ୍ତି ଯେ, ଚାଇନା ଦୂତାବାସର ଅଧିକାରୀ ଭାରତରେ ରାଜନେତା ମାନଙ୍କୁ କିଣିବାକୁ ଚେଷ୍ଟା କରୁଛନ୍ତି। ଏହାସହ କ୍ଷମତା ପରିବର୍ତ୍ତନ ନେଇ ମଧ୍ୟ ଚେଷ୍ଟା ଚାଲିଛି। ହେଲେ ଏହାକୁ ନେଇ ଚୀନ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସି ନାହିଁ। ସେ ଭାରତରେ ନେତାଙ୍କୁ ଚୀନର ପ୍ରୟାସକୁ ନେଇ ସତର୍କ ରହିବା ପାଇଁ କହିଛନ୍ତି।

ଏନଡିଟିଭି ସହ କଥାବାର୍ତ୍ତାରେ ସାଙ୍ଗେୟ କହିଛନ୍ତି , ସେ (ଚୀନ) ନେତା, ବୁଦ୍ଧିଜୀବୀ , ବ୍ୟବସାୟୀ , ସାମ୍ୱାଦିକ ଓ ଏବେ ତ ୟୁଟ୍ୟୁବରଙ୍କୁ ମଧ୍ୟ କିଣୁଛନ୍ତି। ଏମିତି ହିଁ ସେ ତିବ୍ଦତ , ଶିନଜିୟାଙ୍ଗ ଓ ମଙ୍ଗୋଲିଆରେ ଅନୁପ୍ରବେଶ କରିଥିଲା। ଏମିତି ହିଁ ସେ ଭାରତରେ କରିବାକୁ ଚେଷ୍ଟା କରୁଛି। ସେ କହିଛନ୍ତି , ଦିଲ୍ଲୀରେ ହୋଇ ଥିବା ଚାଇନା ଦୂତାବାସର କାର୍ଯ୍ୟକ୍ରମ ଉପରେ ନଜର ପକାନ୍ତୁ।  ଦେଖନ୍ତୁ ସେଠାକୁ କିଏ ଯାଇଥିଲେ। ଆପଣଙ୍କୁ ନେତା , ବ୍ୟବସାୟୀ ଓ ଅନ୍ୟ ଲୋକଙ୍କ ଫଟୋ ମିଳିବ। ସମସ୍ତଙ୍କୁ କିଣାଯାଇ ନାହିଁ , କିନ୍ତୁ ଚାଇନାର ଚେଷ୍ଟା ଜାରି ରହିଛି।

ଏହି ସମୟରେ ସେ ଭାରତର ପଡୋଶୀ ଦେଶ ଗୁଡ଼ିକ କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ନେପାଳରେ ଏକ ପାର୍ଟି ଚୀନ ସମର୍ଥକ ଅଛି ଏବଂ ଦ୍ୱିତୀୟରେ ଭାରତର ସମର୍ଥକ। ଶ୍ରୀଲଙ୍କା, ବାଂଲାଦେଶ ଓ ମାଳଦ୍ୱୀପରେ ମଧ୍ୟ ଚୀନ କ୍ଷମତାଧାରୀ ପ୍ରସ୍ତୁତ କରିଛି। ପାକିସ୍ତାନରେ ସବୁ ପ୍ରମୁଖ ରାଜନୀତିକ ଦଳ ଚୀନର ସମର୍ଥନ କରନ୍ତି।

ସେ କହିଛନ୍ତି , ଏହି ଚେଷ୍ଟା ସାଉଥ୍‌ ଏସିଆ ବାହାରେ ମଧ୍ୟ ବିସ୍ତାରିତ। ଡାକ୍ତର ସାଙ୍ଗେୟ କହିଛନ୍ତି , ମୁଁ ୟୁରୋପରେ କିଛି ମନ୍ତ୍ରୀ ଦେଖିଛି , ଯିଏ କେବଳ ଏଥିପାଇଁ ଚୀନର ପ୍ରଶଂସା କରନ୍ତି କି , ପରେ ସେମାନେ ଚାଇନା କମ୍ପାନୀର ଡାଇରେକ୍ଟର ହୋଇଯିବେ, ଯେଉଁଠି ତାଙ୍କର ଦରମା ୧ ଲକ୍ଷ ଡଲାର ବା ଏହାଠାରୁ ଅଧିକ ହେବ। କିଛି ମାମଲାରେ ୮ ଲକ୍ଷ ୮୮ ହଜାର ଡଲାରରୁ ମଧ୍ୟ ଅଧିକ ବାର୍ଷିକ ମିଳିଥାଏ। ଚୀନ ଏହି ପରି ପ୍ରଭାବକୁ କିଣି ଥାଏ।

ସେ ଭାରତରେ ରାଜନେତାଙ୍କୁ ଚେତାବନୀ ଦେଇଛନ୍ତି। କହିଛନ୍ତି , କ୍ଷମତାଧାରୀ ଦଳ , ବିରୋଧୀ , ବିଜେନେସ ଲିଡର୍ସ ଓ ସାମ୍ୱାଦିକ ସମସ୍ତଙ୍କୁ ସତର୍କ ରହିବା ଆବଶ୍ୟକ। ଯଦି କିଛି କ୍ରୟ ଚୀନର ଏଜେଣ୍ଡାକୁ ପୂରା କରୁଛି , ତ ତାକୁ ଏହା ଫରକ ପଡ଼େନି ସେ କାହାକୁ କିଣୁଛି।