ଗାଏକ୍ୱାଡ଼ଙ୍କ ବିସ୍ଫୋରକ ଇନିଂସ୍‌: ହାଇଦ୍ରାବାଦକୁ ୨୧୩ ରନ୍ ଟାର୍ଗେଟ୍ ଦେଲା ଚେନ୍ନାଇ

Published By : Prameya-News7 Bureau | April 28, 2024 IST

IPL X

ଚେନ୍ନାଇ: ଆଇପିଏଲ୍‌ ଚଳିତ ସଂସ୍କରଣର ୪୬ ତମ ମ୍ୟାଚ୍‌ରେ ରବିବାର ସନ୍‌ରାଇଜର ହାଇଦ୍ରାବଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ହୋଇଛି। ଚେନ୍ନାଇ ସୁପର କିଙ୍ଗ୍ସ ଟସ୍ ହାରିବା ପରେ ହାଇଦ୍ରାବାଦ ନିମନ୍ତ୍ରଣ କ୍ରମେ ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ପକ୍ଷରୁ ଋତୁରାଜ ଗାଏକ୍ୱାଡ଼ା ସର୍ବାଧିକ ୯୮ ରନ୍ କରିଥିଲେ। ଯେଉଁଥିରେ ୩ଟି ଛକ୍କା ଓ ୧୦ଟି ଚୌକା ରହିଛି। ସେହିପରି ଡିରେଲ ମିଚେଲଙ୍କ ଅର୍ଦ୍ଧଶତକ ଓ ଶିବମ ଦୁବେଙ୍କ ଧୂଆଁଦାର ୩୯ ରନ୍ ବଳରେ ଚେନ୍ନାଇ ୨୧୨ ରନ୍ କରିଛି। ମ୍ୟାଚ୍ ଜିତିବାକୁ ହେଲେ ହାଇଦ୍ରାବାଦକୁ ୨୧୩ ରନ୍ କରିବାକୁ ହେବ।

ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଚେନ୍ନାଇ ୨.୫ ଓଭର ଅଜିଙ୍କ୍ୟ ରାହାଣେ(୧୨ ବଲ ୯ ରନ୍)ଙ୍କ ନାଁରେ ପ୍ରଥମ ୱିକେଟ୍ ହରାଇଥିଲା। ଏହାପରେ ଋତୁରାଜ ଓ ଡିରେଲ ମିଚେଲ ଟିମ୍‌ର ପାଳି ସମ୍ବାଳିଥିଲେ। ଦୁଇ ଜଣ ମିଶି ଦଳୀୟ ସ୍କୋର୍‌କୁ ୧୩୬ ରନ୍ ପର୍ଯ୍ୟନ୍ତ ପହଞ୍ଚାଇବା ପରେ ୧୩.୩ ବଲ୍‌ରେ ମିଚେଲ୍‌ଙ୍କ ୱିକେଟ୍ ଯାଇଥିଲା। ସେ ୩୨ ବଲ୍‌ରେ ୫୨ ରନ୍ କରିଥିଲେ। 

ଏହାପରେ ଗାଏକ୍ୱାଡ଼ ଶିବମ ଦୁବେଙ୍କ ସହ ମିଶି ସ୍କୋରକୁ ଆଗକୁ ନେଇଥିଲେ। ଗାଏକ୍ୱାଡ଼ ୫୪ ବଲ୍‌ରେ ୯୮ ରନ୍‌ର ବଡ଼ ଇନିଂଶ ଖେଳିବା ପରେ ଶେଷ ଓଭର ୨ବଲ୍‌ରେ ଆଉଟ୍ ହୋଇଯାଇଥିଲେ। ଏହାପରେ ମାତ୍ର ୪ଟି ବଲ୍ ପାଇଁ ବ୍ୟାଟିଂ ଆସିଥିବା ମହେନ୍ଦ୍ର ସିଂହ ଧୋନୀ ୫ ବଲ୍‌ରେ ୪ ରନ୍ କରିଥିବା ବେଳେ ଶିବମ ଦୁବେ ୨୦ ବଲ୍‌ରେ ୩୯ ରନ୍ କରିଥିଲେ। ଫଳରେ ଚେନ୍ନାଇ ୩ ୱିକେଟ୍ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ୨୧୧ ରନ୍ କରିପାରିଥିଲା। 

ଅନ୍ୟପଟେ ହାଇଦ୍ରାବ ପକ୍ଷରୁ ଭୁବନେଶ୍ୱର କୁମାର, ଟି ନଟରାଜନ ଓ ଜୟଦେବ ଉନାଦକଡ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। କ୍ୟାପ୍ଟେନ୍ ପ୍ୟାଟ୍ କମିନ୍ସ ୪ ଓଭର ବୋଲିଂ କରି ୪୯ ରନ୍ ଦେଇଥିବା ବେଳେ ଗୋଟିଏ ବି ୱିକେଟ୍ ହାସଲ କରିପାରି ନଥିଲେ। 

    

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.