T20 World Cup 2026: ‘ସଞ୍ଜୁ ସାମସନ ନୁହନ୍ତି ବୁମରାଙ୍କୁ ମିଳିବାର ଥିଲା ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ’

NEWS7
t20-world-cup-2024-no-reserve-day-for-second-semifinal-playing-conditions-announced

T20 World Cup 2026: ନ୍ୟୁଜିଲାଣ୍ଡକୁ ଫାଇନାଲରେ ଏକତରଫା ହରାଇ ଭାରତ ୨୦୨୬ ଟି-୨୦ ବିଶ୍ଵକପ୍ ଜିତିଛି। ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନରେ ହରାଇ ତୃତୀୟ ଥର ଚାମ୍ପିଅନ ହୋଇଛି ଟିମ୍ ଇଣ୍ଡିଆ। ସଞ୍ଜୁ ସାମସନ ଫାଇନାଲ ମ୍ୟାଚରେ ୮୯ ରନ କରିବା ସହିତ ସେମିଫାଇନାଲ ଏବଂ ଭର୍ଚୁଆଲ୍ କ୍ୱାର୍ଟର ଫାଇନାଲରେ ଅର୍ଦ୍ଧଶତକ ହାସଲ କରି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ତଥାପି, ଏବି ଡିଭିଲିୟର୍ସଙ୍କ ମତରେ ଯଶପ୍ରୀତ ବୁମରାଙ୍କୁ ଏହି ପୁରସ୍କାର ଦିଆଯିବା ଉଚିତ ଥିଲା। କାହିଁକି ବୁମରାଙ୍କୁ ଏହି ପୁରସ୍କାର ମିଳିବା ଉଚିତ୍ ତାର କାରଣ କହିଛନ୍ତି ଡିଭିଲିୟର୍ସ।

‘ସାମସନ୍ ନୁହେଁ, ବୁମରା ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି’

ଏବି ଡିଭିଲିୟର୍ସ କହିଛନ୍ତି, ସଞ୍ଜୁ ସାମସନ୍ ଏବଂ ଯଶପ୍ରୀତ ବୁମରା ଉଭୟ ଚମତ୍କାର ପ୍ରଦର୍ଶନ କରି ଭାରତକୁ ବିଶ୍ଵ ଚାମ୍ପିଅନ କରାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବୁମରା ସର୍ବାଧିକ ୱିକେଟ୍ ନେଇ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଦୌଡ଼ରେ ଥିଲେ। କିନ୍ତୁ ମୋ ମତରେ, ସେ ଗୁରୁତ୍ୱପୂର୍ଣ୍ଣ ଏବଂ କଷ୍ଟକର ପରିସ୍ଥିତିରେ ଭଲ ପ୍ରଦର୍ଶନ କରିଥିଲେ। ତେଣୁ ସେ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ଥିଲେ। ଏବି ଡିଭିଲିୟର୍ସ କହିଛନ୍ତି ଯେ ଭାରତୀୟ ପିଚ୍ରେ ଦ୍ରୁତ ବୋଲିଂ କରିବା ସହଜ ନୁହେଁ।

Also read: ଜାତୀୟ ପତାକାକୁ ଅସମ୍ମାନ ! ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା

ସେ କହିଛନ୍ତି, ଯଦି ଆପଣ ଯଶପ୍ରୀତ ବୁମରା ନୁହଁନ୍ତି ତେବେ ଭାରତରେ ଜଣେ ଦ୍ରୁତ ବୋଲର ହେବା ସହଜ ନୁହେଁ। ଟୁର୍ଣ୍ଣାମେଣ୍ଟ ସମୟରେ ସେ କିଛି ଓଭରରେ ମହଙ୍ଗା ପ୍ରମାଣିତ ହୋଇଥିଲେ ମଧ୍ୟ ପୂରା ଟୁର୍ଣ୍ଣାମେଣ୍ଟରେ ଶାଣିତ ବୋଲିଂ କରିଥିଲେ। ସେମିଫାଇନାଲ ଏବଂ ଫାଇନାଲ୍ ମ୍ୟାଚରେ ସେ ଚମତ୍କାର ବୋଲିଂ କରିଥିଲେ। ମୁଁ ତାଙ୍କ ପରି ବୋଲର ପୂର୍ବରୁ ଦେଖିନାହିଁ। ବୁମରା ଏକ ଭିନ୍ନ ଗ୍ରହରୁ ଆସିଥିବା ପରି ମନେ ହୁଏ। ସେ ଭାରତର ଏକ ମଣି ବୋଲି ଡିଭିଲିୟର୍ସ କହିଛନ୍ତି।

ଟି-୨୦ ବିଶ୍ୱକପରେ ସାମସନଙ୍କ ପ୍ରଦର୍ଶନ

- ସଞ୍ଜୁ ସାମସନ ଏବଂ ଯଶପ୍ରୀତ ବୁମରା ଉଭୟ ଟୁର୍ଣ୍ଣାମେଣ୍ଟରେ ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଥିଲେ।

- ସାମସନ ମାତ୍ର ପାଞ୍ଚଟି ମ୍ୟାଚରେ ୮୦.୨୫ ହାରରେ ୩୨୧ ରନ କରିଥିଲେ।

- ସେ ଲଗାତାର ତିନୋଟି ଅର୍ଦ୍ଧଶତକ ହାସଲ କରିଥିଲେ।

- ଏହି ତିନୋଟି ଅର୍ଦ୍ଧଶତକ ସେ ଗୁରୁତ୍ଵପୂର୍ଣ୍ଣ ନକଆଉଟ୍ ମ୍ୟାଚରେ ହାସଲ କରିଥିଲେ।

Also read: PAK vs BAN: ପ୍ରଥମ ଦିନିକିଆରେ ପାକିସ୍ତାନର ଲଜ୍ଜାଜନକ ପରାଜୟ, ୮ ଓ୍ଵିକେଟରେ ମାତ୍ ଦେଲା ବାଂଲାଦେଶ

ଟି-୨୦ ବିଶ୍ୱକପରେ ବୁମରାଙ୍କ ପ୍ରଦର୍ଶନ

- ଯଶପ୍ରୀତ ବୁମରାଙ୍କ ପ୍ରଦର୍ଶନ ବିଷୟରେ କହିବାକୁ ଗଲେ, ସେ ଆଠଟି ମ୍ୟାଚରେ ୧୪ ୱିକେଟ୍ ନେଇଥିଲେ।

- ତାଙ୍କର ଇକୋନୋମି ରେଟ୍ ମଧ୍ୟ ପ୍ରତି ଓଭରରେ ମାତ୍ର ୬.୨୧ ରନ ଥିଲା।

- ବୁମରା ଫାଇନାଲ ମ୍ୟାଚରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରି ମାତ୍ର ୧୫ ରନ ଦେଇ ୪ ୱିକେଟ୍ ନେଇଥିଲେ। ଟାଇଟଲ୍ ମ୍ୟାଚରେ ସେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।