ବୀରମହାରାଜପୁରରେ ସାଂସଦ ପ୍ରାର୍ଥୀ ମନୋଜ ମିଶ୍ରଙ୍କ ଜୋରଦାର ପ୍ରଚାର

Published By : Prameya-News7 Bureau | May 15, 2024 IST

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ପ୍ରତ୍ୟେକ ସାଧାରଣ ନିର୍ବାଚନରେ ତ୍ରିମୁଖୀ ଲଢେଇ ହୋଇଥାଏ l ଚଳିତ ସାଧାରଣ ନିର୍ବାଚନରେ ମଧ୍ୟ ତ୍ରିମୁଖୀ ଲଢେଇ ପାଇଁ ତିନି ପ୍ରମୁଖ ଦଳ ପକ୍ଷରୁ ନିର୍ବାଚନ ପ୍ରଚାର ଜୋର ସୋରରେ ଚାଲିଛି l ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବିନିକା ବ୍ଲକର ବିଭିନ୍ନ ପଞ୍ଚାୟତକୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଦୀପ ସେଠୀ ଓ ବଲାଙ୍ଗୀର ଲୋକସଭା ସାଂସଦ ପ୍ରାର୍ଥୀ ମନୋଜ ମିଶ୍ରଙ୍କ ସହ ଶତାଧିକ କର୍ମୀ ପ୍ରଚାର କରୁଛନ୍ତି l 

Also read: ଦେବଗଡ ଏବଂ ଓଡ଼ିଶାର ବିକାଶ ପାଇଁ ମୁଁ ମିସ୍ତ୍ରି ହେବାକୁ ମୁଁ ପ୍ରସ୍ତୁତ: ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ସହ ଓଡ଼ିଶାର ପଶ୍ଚିମ ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ଦାବିକୁ ମୁଖ୍ୟ ପ୍ରସଙ୍ଗ କରି ଭୋଟ ଭିକ୍ଷା କରୁଛନ୍ତି l ଗାଁ ଗାଁ ଯାଇ କଂଗ୍ରେସ ସରକାର ଅସିଲେ ଦେଇଥିବା ସମସ୍ତ ପ୍ରତିଶ୍ରୁତିକୁ ରଖି ଲୋକଙ୍କ ସାହାଯ୍ୟ ସହଯୋଗରେ ଭାଗିଦାରୀ ରହିବ ବୋଲି ମଧ୍ୟ କହୁଛନ୍ତି l ବୀରମହାରାଜପୁରରେ ମେ ୨୦ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟରେ ମତଦାନ ହେବ। ଏହି ବିଧାନସଭା ଆସନ ବଲାଙ୍ଗୀର ସଂସଦୀୟ କ୍ଷେତ୍ରରେ ରହିଛି। 


  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.