ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ, ପ୍ଲେ ଅଫ୍ରୁ ବାଦ୍ ପଡ଼ିଲା ଗୁଜରାଟ ଟାଇଟନ୍ସ

Published By : Prameya-News7 Bureau | May 14, 2024 IST

ଅହମ୍ମଦାବାଦ: ବର୍ଷା ଯୋଗୁଁ କୋଲକାତା ବିପକ୍ଷ ମ୍ୟାଚ୍‌ ରଦ୍ଦ ହେବା ସହ ଗୁଜରାଟ ଟାଇଟନ୍ସ ଆଇପିଏଲ୍ ୨୦୨୪ର ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି। ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବାରେ ଗୁଜରାଟ ଚଳିତ ସିଜିନର ତୃତୀୟ ଦଳ ହୋଇଛି। ଆଜି ଅହମ୍ମଦାବାଦରେ ଗୁଜରାଟ ଓ କୋଲକାତା ମଧ୍ୟରେ ମ୍ୟାଚ୍ ଥିଲା। ହେଲେ ବର୍ଷା ନ ଛାଡ଼ିବାରୁ ବାଧ୍ୟ ହୋଇ ଶେଷରେ ମ୍ୟାଚ୍ ବାତିଲ ଘୋଷଣା କରାଯାଇଛି। ମ୍ୟାଚ୍ ରଦ୍ଦ ହେବାରୁ ଦୁଇ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି।

Also read: ଟି-୨୦ ବିଶ୍ଵକପ୍ ପରେ ଟି-୨୦ ଅନ୍ତର୍ଜାତୀୟରୁ ଅବସର ନେଇ ପାରନ୍ତି ରୋହିତ, ଜାଣନ୍ତୁ କାରଣ

ସନ୍ଧ୍ୟା ୭ଟା ୩୦ରେ ମ୍ୟାଚ୍ ଆରମ୍ଭ ହେବାର ଥିଲା। ମାତ୍ର ଅହମ୍ମଦାବାଦରେ ପ୍ରବଳ ବର୍ଷା ଲାଗି ରହିଥିଲା। ରାତି ୧୦ଟାରେ ବର୍ଷା କମିଥିଲେ ହେଁ ସେତେବେଳକୁ ବହୁତ ବିଳମ୍ବ ହୋଇ ସାରିଥିଲା। ଶେଷରେ ବାଧ୍ୟ ହୋଇ ମ୍ୟାଚ୍ ରେଫରୀ ରାତି ୧୦ଟା ୩୦ରେ ମ୍ୟାଚ୍ ରଦ୍ଦ ଘୋଷଣା କରିଥିଲେ। ଅନେକ ପ୍ରଶଂସକ ମ୍ୟାଚ୍‌ ଆରମ୍ଭକୁ ଅପେକ୍ଷା କରି ରହିଥିଲେ  ହେଁ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି।

 


ଗୁଜରାଟ ପଏଣ୍ଟ ଟେବୁଲରେ ସଂପ୍ରତି ଅଷ୍ଟମ ସ୍ଥାନରେ ରହିଛି। ଦଳ ୧୩ଟି ମ୍ୟାଚ୍ ଖେଳି ୫ ବିଜୟ ଓ ୭ ପରାଜୟ ଭୋଗିଛି। ଆଜିର ମ୍ୟାଚ୍ ବର୍ଷା କାରଣରୁ ରଦ୍ଦ ହେବାରୁ ଦଳକୁ ଗୋଟିଏ ଅଙ୍କ ମିଳିଛି। ଦଳ ୧୧ ପଏଣ୍ଟ ପାଇ ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍ ପଡ଼ିଛି। ଗୁଜରାଟର ଶେଷ ମୁକାବିଲା ମେ ୧୬ ତାରିଖରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରହିଛି। ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସ ୧୯ ପଏଣ୍ଟ ହାସଲ କରି ଅଙ୍କ ତାଲିକାର ଶୀର୍ଷରେ ରହିଛି। 

 

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.