ଫାୟାରଫାଇଟର୍ ଭୂମିକାରେ ନଜର ଆସିବେ ସୈୟାମି ଖେର, ଫିଲ୍ମ ଅଗ୍ନି ପାଇଁ କରୁଛନ୍ତି ଜୋରଦାର ପ୍ରସ୍ତୁତି

Published By : Prameya-News7 Bureau | May 14, 2024 IST

ମୁମ୍ଵାଇ ୧୪।୦୫: ଅପ୍‌କମିଙ୍ଗ ଫିଲ୍ମ ‘ଅଗ୍ନି’ରେ ନଜର ଆସିବେ ସୈୟାମି ଖେର । ଫିଲ୍ମରେ ସେ ଜଣେ ଫାୟାରଫାଇଟର୍‌ ଭୂମିକା ନିର୍ବାହ କରିଛନ୍ତି । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ‘ମିର୍ଜ୍ୟା’, ‘ଘୂମର୍‌’, ‘ସ୍ପେସାଲ ଓପିଏସ୍‌’ ଓ ‘ବ୍ରିଦ୍‌’ ଭଳି ଫିଲ୍ମ ପାଇଁ ପରିଚିତ ସୈୟାମି ବଲିଉଡ୍‌ରେ ଚ୍ୟାଲେଞ୍ଜିଂ ରୋଲ୍‌ ଚୟନ କରିବା ବିଷୟରେ ଆଲୋଚନା କରିଛନ୍ତି । ଯେଉଁ ଭୂମିକା ତାଙ୍କୁ ଚ୍ୟାଲେଞ୍ଜ୍‌ ଦିଏ ଏବଂ ନିଜ କମ୍ଫର୍ଟ ଜୋନ୍‌ରୁ ବାହାରିବାର ସୁଯୋଗ ପ୍ରଦାନ କରେ, ସେ ଭଳି ଭୂମିକା ଚୟନ କରିବାକୁ ପସନ୍ଦ କରନ୍ତି ବୋଲି ସୈୟାମି କହିଛନ୍ତି ।

ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ସୈୟାମି କହିଛନ୍ତି, ଆଜି ପର୍ଯ୍ୟନ୍ତ ଯେତେ ସଶକ୍ତ ଭୂମିକା ପରଦାରେ ନିର୍ବାହ କରିବାର ସୁଯୋଗ ପାଇଛନ୍ତି, ସେଥିପାଇଁ ସେ କୃତଜ୍ଞ । ଏହା ତାଙ୍କ ଦକ୍ଷତା ପ୍ରଦର୍ଶନ କରିବାର ଇଚ୍ଛାକୁ ପୂରଣ କରିଛି । ସର୍ବଦା ଚରିତ୍ର ଭିତରେ ନିଜକୁ ହଜାଇ ଦେବାକୁ ପ୍ରୟାସ କରିଛନ୍ତି ବୋଲି ସେ କହିଛନ୍ତି । ତେଣୁ ନିଜକୁ ଚ୍ୟାଲେଞ୍ଜ୍‌ ଦେଉଥିବା, ପ୍ରେରଣା ଦେଉଥିବା ଏବଂ ଲୋକଙ୍କୁ ଛୁଇଁପାରୁଥିବା ପ୍ରତ୍ୟେକ ସୁଯୋଗ ପାଇଁ ସେ ନିଜକୁ ଭାଗ୍ୟଶାଳୀ ବୋଲି କହିଛନ୍ତି । ସେ ଅଭିନୟକୁ ଅତ୍ୟନ୍ତ ଶକ୍ତିଶାଳୀ ମାଧ୍ୟମ ବୋଲି କହନ୍ତି । ଯେତେବେଳେ ଲୋକେ କହନ୍ତି, ତୁମ ଫିଲ୍ମ ମୋତେ ପ୍ରେରିତ କରିଛି, ଶିକ୍ଷା ଦେଇଛି³ ଏହା ଏକ ବଡ଼ ସଫଳତା ବୋଲି ସୈୟାମି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.