ନୂଆଦିଲ୍ଲୀ ୧୪।୦୫ : ଆଇପିଏଲ୍ ୨୦୨୪ । ଟୁର୍ଣ୍ଣାମେଣ୍ଟରେ ମଙ୍ଗଳବାର ଦିନ ଖେଳାଯିବ ୬୪ ତମ ମ୍ୟାଚ୍ । ଆଉ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ । ରାତି ୭ଟା ୩୦ରେ ଖେଳାଯିବ ଏହି ମ୍ୟାଚ୍ । ପ୍ଲେ-ଅଫ୍ ରେସ୍ ପାଇଁ ଆଜିର ମ୍ୟାଚ୍ରେ ବିଜୟୀ ଜରୁରୀ ।
ବର୍ତ୍ତମାନ ଯାଏଁ ଦିଲ୍ଲୀ କ୍ୟାପିଟାଲ୍ସ ୧୩ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୬ଟିରେ ବିଜୟୀ ହୋଇଥିବା ବେଳେ ୭ଟି ପରାସ୍ତ ହୋଇଛି । ମୋଟ ୧୨ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୬ଷ୍ଠ ସ୍ଥାନରେ ରହିଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଦଳ ପ୍ରଦର୍ଶନ କରିନଥିବା ବେଳେ ଶେଷ ଆଡକୁ ଜବରଦସ୍ତ ଖେଳ ଜାରି ରଖିଛି । ଦଳ ଏବେ ବି ପ୍ଲେ-ଅଫ ରେସ୍ରେ ନିଜକୁ ରଖିଛି । ତେଣୁ ବାକି ଥିବା ସବୁ ମ୍ୟାଚ୍ରେ ବିଜୟୀ ହୋଇ ପ୍ଲେ-ଅଫ୍ ପାଇଁ ନିଜକୁ କ୍ୱାଲିଫାଏ କରିବାକୁ ଚେଷ୍ଟ କରିବ । ତେବେ ଟିମ୍ରେ ଷ୍ଟାର୍ ଖେଳାଳିରେ ଭରପୁର ରହିଛି । ବାକି ରହିଲା ଆଜିର ମ୍ୟାଚ୍ରେ ରିଷଭ ପନ୍ଥ ବ୍ୟାକ୍ କରିବେ । ଗୋଟିଏ ମ୍ୟାଚ୍ରେ ବ୍ୟାନ୍ ଲାଗି ପୂର୍ବ ମୁକାବିଲାରେ ଖେଳିପାରନିଥିଲେ ରିଷଭ ।
ସେହିପରି ଲକ୍ଷ୍ମୌ ସୁପର ଜାଏଣ୍ଟସ ବର୍ତ୍ତମାନ ସୁଦ୍ଧା ୧୨ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୬ଟିରେ ବିଜୟୀ ଏବଂ ୬ଟିରେ ପରାସ୍ତ ହେବାକୁ ପଡ଼ିଛି । ମୋଟ ୧୨ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୭ମ ସ୍ଥାନରେ ରହିଛି । ତେବେ ଚଳିତ ଟୁର୍ଣ୍ଣାମେଣ୍ଟ ଦଳ ପାଇଁ ସେତେ ଖାସ୍ ରହିନାହିଁ । ତଥାପି ଦଳ ଏବେବି ପ୍ଲେ-ଅଫ୍ ରେସ୍ରେ ରହିଛି । ତେଣୁ ଆଜିର ମ୍ୟାଚ୍ରେ ବିଜୟୀ ହୋଇ ପ୍ଲେ-ଅଫ୍ ସ୍ଥିତିକୁ ଆହୁରି ମଜବୁତ୍ କରିବାକୁ ଉଦ୍ୟମ କରିବ ରାହୁଲ ବାହିନୀ ।
ସୂଚନାଯୋଗ୍ୟ ଯେ, ପଏଣ୍ଟ ଟେବୁଲ୍ର ଟପ୍ରେ ରହିଛି କୋଲକାତା ନାଇଟ୍ ରାଇଡର୍ସ । ଦଳ ଏବେ ଯାଏଁ ୧୩ଟି ମୁକାବିଲା ଖେଳିଛି । ଯେଉଁଥିରେ ୯ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ମୋଟ ୧୯ ଅଙ୍କ ସହ ପଏଣ୍ଟ ଟେବୁଲ୍ର ଟପ୍ରେ ରହିଛି । ଏହାପଛକୁ ରହିଛି ରାଜସ୍ଥାନ ରୟାଲ୍ସ । ଦଳ ଏବେ ଯାଏଁ ୧୨ଟି ମୁକାବିଲା ଖେଳିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୨ୟ ସ୍ଥାନରେ ରହିଛି । ସେହିପରି ତୃତୀୟ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗସ୍ । ଦଳ ଏବେ ସୁଦ୍ଧା ୧୩ଟି ମୁକାବିଲା ଖେଳିଛି । ଯେଉଁଥିରେ ୭ଟିରେ ବିଜୟୀ ହୋଇଥିବା ବେଳେ ୬ଟିରେ ପରାସ୍ତ ହୋଇଛି । ଦଳ ପାଖରେ ଏବେ ୧୪ ପଏଣ୍ଟ ରହିଛି । ଦଳ ପାଖରେ ରହିଛି ୧୪ ପଏଣ୍ଟ । ଏହାପରେ ୪ର୍ଥ ସ୍ଥାନରେ ରହିଛି ସନରାଇଜର୍ସ ହାଇଦ୍ରାବାଦ୍ । ଦଳ ଏବେ ସୁଦ୍ଧା ୧୨ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୭ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି।