କଟକ ୧୦।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ସସ୍ପେନ୍ସ ଭିତରେ ଆସିଲା ଟ୍ବିଷ୍ଟ୍ । ପତ୍ତା ମିଳୁନଥିବା ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁ ଏବେ କୋର୍ଟଙ୍କ ଦ୍ବାରସ୍ଥ । ସାମ୍ନାକୁ ନଆସି ଲୁଚି ଲୁଚି କଲେ ଜାମିନ ଆବେଦନ । ହାଇକୋର୍ଟରେ ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁ ଆଗୁଆ ଜାମିନ ଆବେଦନ କରିଛନ୍ତି । ପୁରୁଷ ବନ୍ଧୁଙ୍କ ପାଇଁ ଚନ୍ଦ୍ରିକାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ ।

ତେବେ ଏଠାରେ ପ୍ରଶ୍ନ ଉଠୁଛୁ ଯଦି ପୁରୁଷ ବନ୍ଧୁ ଚନ୍ଦ୍ରିକାଙ୍କ ମୃତ୍ୟୁରେ ସଂପୃକ୍ତ ନାହାନ୍ତି କାହିଁକି ସାମ୍ନାକୁ ଆସୁନାହାନ୍ତି । ଲୁଚି ଲୁଚି କାହିଁକି ଆଗୁଆ ଜାମିନ ଆବେଦନ କରିଛନ୍ତି । ପୁରୁଷ ବନ୍ଧୁଙ୍କ ଆଗୁଆ ଜାମିନ ଆବେଦନ ଘଟଣାକୁ ଆହୁରି ରହସ୍ୟ ଭିତରକୁ ଠେଲି ଦେଉଛି । ଯେହେତୁ ପୁରୁଷ ବନ୍ଧୁଙ୍କୁ ପୋଲିସ ଧରିପାରୁନାହିଁ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟଙ୍କ ବୟାନ ରେକର୍ଡ କରିଥିବା ନେଇ କିଛି ସ୍ପଷ୍ଟ ହେଉନାହିଁ ଏହି ମାମଲା ଅଧିକ ରହସ୍ୟାବୃତ୍ତ ହେବାରେ ଲାଗିଛି ।

Also Read:- ଆମେ ୨୪ ଘଣ୍ଟାରେ ସଂକଳ୍ପ ପତ୍ର ଅନୁସାରେ କାମ କରିଛୁ, ବିଜେଡି କ’ଣ କରିଛି ଗୋଟି ଗୋଟି କରି କହିବାକୁ ପଡିବ

ସେପଟେ ଚନ୍ଦ୍ରିକାଙ୍କ ଲାପଟପ, ଟାବଲେଟ ଏବଂ ଆଇପ୍ୟାଡ଼ ପୁରୁଷ ବନ୍ଧୁଙ୍କ ପାଖରେ ରହିଛି । ସେହି ଲାପଟପ ଭିତରେ ଉଭୟଙ୍କ ଫଟୋ, ଭିଡିଓ ଏବଂ ପ୍ରେମ କାହାଣୀର ତଥ୍ୟ ରହିଛି, ଯାହା ଏବେ ସୁଦ୍ଧା ସାମ୍ନାକୁ ଆସିନାହିଁ ବୋଲି ତାଙ୍କ ମାମୁଁ ଝିଅ କହିଥିଲେ ।

ସେପଟେ ସାମ୍ନାକୁ ଆସିଛି ପୋଲିସ ଏତଲା କପି । ପୋଲିସ ଚନ୍ଦ୍ରିକାଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ମାମଲା ରୁଜୁ କରିଥିବା ବେଳେ ଏକରୁ ଅଧିକଙ୍କ ସମ୍ପୃକ୍ତି ରହିଥିବା ଦର୍ଶାଯାଇଛି। 108 BNS ଯାହାକି ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଏବଂ 3(5)BNS ଏକରୁ ଅଧିକ ଲୋକଙ୍କ ସମ୍ପୃକ୍ତିକୁ ଦର୍ଶାଉଛି।