News7 Logo

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଲାଗି ଖୁସି ଖବର, ୩% ବଢିବ DA

NEWS7
Da Hike

ନୂଆ ଦିଲ୍ଲୀ ୧୦।୯: କେନ୍ଦ୍ର ସରକାର ସାରା ଦେଶରେ ୧.୨ କୋଟିରୁ ଅଧିକ ସରକାରୀ କର୍ମଚାରୀ ଓ ପେନସନରଙ୍କୁ ଆଶ୍ୱସ୍ତ କରିଛନ୍ତି। ସରକାର କର୍ମଚାରୀଙ୍କୁ ମହଙ୍ଗା ଭତ୍ତା (ଡିୟରନେସ ଆଲାଉନ୍ସ) ଓ ମହଙ୍ଗା ରିହାତି(ଡିୟରନେସ୍ ଆଲାଉନ୍ସ) ୩% ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ବୃଦ୍ଧି ଜୁଲାଇ ୨୦୨୫ରୁ ଲାଗୁ କର୍ମଚାରୀଙ୍କ ବେତନରେ ଲାଗୁ ହେବ। ଏଣୁ ୩ ମାସର ବକେୟା ରାଶି କର୍ମଚାରୀଙ୍କୁ ଏରିୟରରେ ମିଳିବ।

ସରକାରଙ୍କ ଏହି ବେତନ ସଂଶୋଧନ ପରେ କର୍ମଚାରୀଙ୍କ ଡିଏ ୫୫%ରୁ ବଢି ୫୮% ହୋଇଯିବ। ଗତବର୍ଷ ମଧ୍ୟ ଅକ୍ଟୋବରରେ ସରକାର କର୍ମଚାରୀଙ୍କ ବେତନ ବୃଦ୍ଧି କରିଥିଲେ। ଏଥର ମଧ୍ୟ ଏହି ନିଷ୍ପତ୍ତି ଦୀପାବଳି ପୂର୍ବରୁ ନିଆଯିବ। ଏଣୁ ଏହାକୁ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନରଙ୍କ ଲାଗି ଦୀପାବଳି ଉପହାର ମନେ କରାଯାଉଛି। ଲେବର ବ୍ୟୁରୋ ଅନୁସାରେ ଜୁଲାଇ ୨୦୨୪ରୁ ଜୁନ ୨୦୨୫ ମଧ୍ୟରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ହାରାହାରି ୧୪୩.୬ ରହିଛି। ଏହି ଆଧାରରେ କେନ୍ଦ୍ରୀୟ କର୍ମଚାରୀଙ୍କ ବେତନରେ ୩% ଡିଏ ବୃଦ୍ଧି ହୋଇଛି।

ଏହି ଡିଏ ବୃଦ୍ଧି ପରେ ଯେଉଁ କର୍ମଚାରୀଙ୍କ ବେତନ ୫୦,୦୦୦ ଟଙ୍କା ଥିଲା ସେମାନଙ୍କୁ ଅତିରିକ୍ତ ୧,୫୦୦ ଟଙ୍କା ମିଳିବ। ସେହିପରି ଯେଉଁମାନଙ୍କ ବେତନ ୩୦,୦୦୦ ସେମାନେ ୯୦୦ ଟଙ୍କାର ବେତନ ବୃଦ୍ଧି ପାଇବେ। ଏହି ଅଭିବୃଦ୍ଧି ସପ୍ତମ ବେତନ କମିଶନଙ୍କ ଶେଷ ବୃଦ୍ଧି ହେବ। କାରଣ ଏହି ବେତନ ଆୟୋଗଙ୍କ କାର୍ଯ୍ୟକାଳ ୩୧ ଡିସେମ୍ବର ୨୦୨୫ରେ ଶେଷ ହେବ। ଏହା ପରେ ଅଷ୍ଟମ ବେତନ ଆୟୋଗ ଲାଗୁ ହେବ। ତେବେ ଏହି ଆୟୋଗଙ୍କ ଟର୍ମସ୍ ଅଫ ରେଫରେନ୍ସ ଓ ସଦସ୍ୟଙ୍କ ନିଯୁକ୍ତି ଏପର୍ଯ୍ୟନ୍ତ ହୋଇ ନାହିଁ। ଏଣୁ ଏହି ଆୟୋଗଙ୍କ ସୁପାରିଶ ୨୦୨୭ ଶେଷ ଅଥବା ୨୦୨୮ପ୍ରାରମ୍ଭରେ ଲାଗୁ ହେବ।