ଭୁବନେଶ୍ବର ୧୨।୧୧ : ସିବିଆଇ ପଞ୍ଝାରେ ଠକ ଅଜିତ ପାତ୍ର । ନିଜକୁ କେନ୍ଦ୍ର ସରକାରଙ୍କ ବଡ଼ ଅଧିକାରୀର ପରିଚୟ ଦେଇ ଠକୁଥିଲେ ଟଙ୍କା । ଏପିରିକି ବଡ଼ ବଡ଼ ଅଫିସର ଓ ଠିକାସଂସ୍ଥାଙ୍କୁ ନିଜ ଜାଲରେ ଫସାଇ ବିପୁଳି ପରିମାଣର ଟଙ୍କା ଠକେଇ କରୁଥିଲେ । ଆଉ ଏବେ ସିବିଆଇ ହାବୁଡ଼ରେ ପଡିଛନ୍ତି ।

ଖବର ଅନୁଯାୟୀ, ଠକ ଅଜିତ ପାତ୍ର ଅନେକ ଲୋକଙ୍କୁ ଠକେଇ କରିଛି। ନିଜକୁ କେନ୍ଦ୍ର ସରକାରଙ୍କ ବଡ଼ ଅଧିକାରୀର ପରିଚୟ ଦେଇ ଅନେକ ଅଫିସର ଓ ଠିକା ସଂସ୍ଥାମାନଙ୍କୁ ଠକେଇ କରୁଥିଲେ। ଏସଂପର୍କରେ ସିବିଆଇ ନିକଟରେ ତଥ୍ୟ ପାଇବା ପରେ ଆକ୍ସନକୁ ଆସିଥିଲା। କିଛି ଦିନ ତଳେ ଦିଲ୍ଲୀରେ ଜଣେ ବଡ଼ ସରକାରୀ ଅଧିକାରୀଙ୍କ ଘରେ ଆଇଟି ରେଡ୍ ହୋଇଥିଲା। ସେଥିରୁ ଉଦ୍ଧାର ପାଇଁ ଅଧିକାରୀଙ୍କ ନିକଟରୁ ୩୦ ଲକ୍ଷ ଟଙ୍କା ବଟି ନେଉଥିଲେ। ଯାହାର ତଥ୍ୟ ସିବିଆଇ ନିକଟରେ ପହଞ୍ଚିଥିଲା । ଶେଷରେ ବୁଧବାର ସକାଳ ଠକ ଅଜିତ ପାତ୍ରଙ୍କୁ ଧରିଥିଲା ସିବିଆଇ। ଏହାସହ ଅଜିତଙ୍କ ବିଭିନ୍ନ ଠିକଣାରେ ଚଢାଉ ମଧ୍ୟ କରିଛି । ଏହି ଚଢାଉରେ ସିବିଆଇ ୭ଗୋଟି ଦାମୀ ଗାଡ଼ି ସହ କେଜିଏରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଜବତ କରି ।