News7 Logo

ବିଚ୍ ରାସ୍ତାରେ ଜଳିଗଲା ଗଞ୍ଜେଇ ଭର୍ତ୍ତି କାର, ଚମ୍ପଟ ମାରିଲା ଡ୍ରାଇଭର

NEWS7
car

ସୋନପୁର ୦୬। ୦୯ : ସୋନପୁର ଜିଲ୍ଲା ବିନିକା ସହର ନୂଆବଜାରରେ ଅଘଟଣ । କୌଣସି କାରଣରୁ ବିଚ ରାସ୍ତାରେ ଜଳିଗଲା ଗଞ୍ଜେଇ ଭର୍ତ୍ତି କାର । ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ତଦନ୍ତ ଜାରି ରଖିଛି ।

ଖବର ଅନୁଯାୟୀ, ଶନିବାର ଦିନ ସକାଳ ସମୟରେ ଏକ କାର୍‌ରେ ଗଞ୍ଜେଇ ଭର୍ତ୍ତି ହୋଇ ଚାଲାଣ ହେଉଥିଲା । ହେଲେ ବିନିକା ସହର ନୂଆବଜାର ନିକଟରେ ହଠାତ୍‌ ଉକ୍ତ କାର୍‌ରୁ ଧୁଆଁ ବାହାରିଥିଲା । ଯାହାକୁ ଦେଖି ଡ୍ରାଇଭର ଜଣଙ୍କ ତୁରନ୍ତ ଗାଡ଼ିରୁ ଓହ୍ଲାଇ ଚମ୍ପଟ ମାରିଥିଲେ । ରାସ୍ତାରେ ଛିଡ଼ା ହୋଇଥିବା କାର୍‌ଟି ଦେଖୁ ଦେଖୁ ଜଳିବାର ଆରମ୍ଭ ହୋଇଥିଲା । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳର ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ ସେତେବେଳକୁ ଗାଡ଼ି ସହ ଗାଡ଼ିରେ ଥିବା ବିପୁଳ ପରିମାଣର ଗଞ୍ଜେଇ ପୋଡ଼ି ନଷ୍ଟ ହୋଇଯାଇଛି । ତେବେ ଗାଡ଼ି କିଏ ଓ କେଉଁଠୁ ଗଞ୍ଜେଇ ଚାଲାଣ କରୁଥିଲା । ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାସ୍ଥଳର ପହଞ୍ଚି ତଦନ୍ତ ଜାରି ରଖିଛି । ​​​​​​​