ମେଗାଷ୍ଟାର ଚିରଞ୍ଜୀବୀଙ୍କୁ ମିଳିଲା ପଦ୍ମ ବିଭୂଷଣ, ବାପାଙ୍କ ପାଇଁ ସ୍ପେଶାଲ ପୋଷ୍ଟ ସେୟାର କଲେ ରାମଚରଣ

Published By : Prameya-News7 Bureau | May 10, 2024 IST

ମୁମ୍ଵାଇ ୧୦।୦୫: ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରୀୟ ଭବନରେ ଆୟୋଜିତ ଏକ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମେଗାଷ୍ଟାର କୋନିଡେଲା ଚିରଞ୍ଜୀବୀଙ୍କୁ ପଦ୍ମ ପୁରସ୍କାର ସହ ସମ୍ମାନିତ କରିଛନ୍ତି। ଏହି ବିଶେଷ ଅବସରରେ ଚିରଞ୍ଜୀବୀ ତାଙ୍କ ପତ୍ନୀ ସୁରେଖା, ପୁଅ ରାମ ଚରଣ ଏବଂ ବୋହୂ ଉପାସାନା କୋନିଡେଲାଙ୍କ ସହ ରାଷ୍ଟ୍ରିୟ ଭବନରେ ପହଞ୍ଚିଥିଲେ। ଚିରଞ୍ଜୀବୀଙ୍କ ସହ ଗତ ବର୍ଷର ଅଭିନେତ୍ରୀ ବୈଜନ୍ତୀମାଲା, ମିଥୁନ ଚକ୍ରବର୍ତ୍ତୀ, ବିଜୟକାନ୍ତ ଏବଂ ଉଷା ଉଥପଙ୍କୁ ମଧ୍ୟ ଚଳିତ ବର୍ଷ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି।

ଚିରଞ୍ଜୀବୀଙ୍କ ପଦ୍ମ ବିଭୂଷଣ ପୁରସ୍କାର ବିତରଣ ଉତ୍ସବର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ, ଆପଣ ଦେଖିପାରିବେ ଯେ ମେଗାଷ୍ଟାର ଚିରଞ୍ଜୀବୀ ରାଷ୍ଟ୍ରପତି ମୁର୍ମୁଙ୍କ ପଦ୍ମ ପୁରସ୍କାର ପାଇବା ପାଇଁ କଳା ରଙ୍ଗର ସୁଟରେ ଏକ ଚମତ୍କାର ଶୈଳୀ ସହିତ ନଜର ଆସିଥିଲେ। ମଞ୍ଚକୁ ଯିବା ପୂର୍ବରୁ ଚିରଞ୍ଜୀବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦୁଇ ହାତ ଯୋଡି ନମସ୍କାର ହୋଇଥିଲେ । 



ଚିରଞ୍ଜୀବୀଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ କରାଯିବା ଅବସରରେ ରାମ ଚରଣ ତାଙ୍କ ପିତାଙ୍କ ପାଇଁ ସୋସିଆଲ ମିଡିଆରେ ଏକ ସ୍ୱତନ୍ତ୍ର ପୋଷ୍ଟ ଲେଖିଛନ୍ତି - ଅଭିନନ୍ଦନ ବାପା। ତୁମ ପାଇଁ ବହୁତ ଗର୍ବିତ । ଏହି ପୋଷ୍ଟରେ ରାମ ଚରଣଙ୍କ ପତ୍ନୀ ଉପସାନା ମଧ୍ୟ କମେଣ୍ଟ ଦେଇଛନ୍ତି। ଏଥି ସହିତ ପ୍ରଶଂସକମାନେ କମେଣ୍ଟ ସେସନ୍‌ରେ ଅଭିନନ୍ଦନ ଦେଇଛନ୍ତି। ପିତା ଚିରଞ୍ଜୀବୀଙ୍କ ସହ ରାମ ଚରଣ ଆଉ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ଉଭୟ ବାପା ଏବଂ ପୁଅ ପଦ୍ମ ପୁରସ୍କାର ଧରିଥିବାର ନଜର ଆସିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.