ଟ୍ରେନ୍‌ରେ ମିଳିବନି ୧ ଲିଟର ପାଣି ବୋତଲ; ରେଳ ବିଭାଗ ନେଲା ବଡ଼ ନିଷ୍ପତ୍ତି

Published By : Prameya-News7 Bureau | April 27, 2024 IST

ନୂଆଦିଲ୍ଲୀ: ଭାରତୀୟ ରେଲଓ୍ବେରେ ଆଉ ମିଳିବନି ପାଣି ବୋତଲ । ବିଶେଷ କରି ବନ୍ଦେ ଭାରତ ଏକ୍ସପ୍ରେସ, ରାଜଧାନୀ ଓ ଶତାବ୍ଦୀ ଏକ୍ସପ୍ରେସରେ ୧ ଲିଟର ପାଣି ବୋତଲ ମିଳିବନି। ଏନେଇ ଭାରତୀୟ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସବୁ ଟ୍ରେନରେ ଯାତ୍ରା ଆରମ୍ଭ ପୂର୍ବରୁ ପ୍ରତ୍ୟେକ ଯାତ୍ରୀଙ୍କୁ ୧ ଲିଟର ପିଇବା ପାଣି ମିଳୁଥିଲା, ହେଲେ ଏସବୁ ସୁବିଧା ଏବେ ବନ୍ଦ ହେବାକୁ ଯାଉଛି । ଏହା ବଦଳରେ ରେଳ ବିଭାଗ ଯାତ୍ରୀଙ୍କୁ ୫ଶହ ମିଲିଲିଟର ପାଣି ବୋତଲ ମିଳିବ । ସେଣ୍ଟ୍ରାଲ ରେଲଓ୍ବେର ଜଳ ସଂରକ୍ଷଣ, ବୃକ୍ଷରୋପଣ ଏବଂ ଜଳ ପୁନଃ ବ୍ୟବହାର ଯୋଗ୍ୟ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।  

ବନ୍ଦେ ଭାରତ ଏକ୍ସପ୍ରେସ, ରାଜଧାନୀ ଓ ଶତାବ୍ଦୀ ଏକ୍ସପ୍ରେସରେ ଯାତ୍ରୀଙ୍କୁ ଏଣିକି ଏକ ଲିଟର ରେଲଓ୍ବେ ନିର୍ ପାଣି ବୋତଲ ବଦଳରେ ୫୦୦ ମିଲିଲିଟର ପାଣି ମିଳିବ । ଏହି ସମସ୍ତ ଟ୍ରେନରେ ଟିକେଟ୍ କାଟିବା ସମୟରେ ଖାଦ୍ୟ ସହିତ ପାଣି ବୋତଲ ଦେବାର ବ୍ୟବସ୍ଥା ରହିଥିଲା । ଏହାର ଦେୟ ମଧ୍ୟ ରେଳବିଭାଗ ନେଉଥିଲା । ହେଲେ ଏବେ ଟ୍ରେନରେ ଏକ ଲିଟର ପିଇବା ପାଣି ବୋତଲ ଏବେ ମିଳିବ ନାହିଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.