ଭୁବନେଶ୍ୱର,୧୦/୦୫: ୧୭ ତାରିଖରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ । ସେ କନ୍ଧମାଳ ଜିଲ୍ଲାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । ତେଣୁ ଖଡ୍ଗେଙ୍କ ଗସ୍ତ ପାଇଁ ଉତ୍ସାହିତ ହୋଇପଡ଼ିଛି କଂଗ୍ରେସ ଶିବିର। କର୍ମୀଙ୍କ ସହ ବରିଷ୍ଠ ନେତୃବୃନ୍ଦ ଘନଘନ ଆଲୋଚନା କରୁଛନ୍ତି। କନ୍ଧମାଳରେ ଖଡ୍ଗେ ବିଜେଡି ଓ ବିଜେପିକୁ କିଭଳି ଟାର୍ଗେଟ କରିବେ ତାକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି ।
ପ୍ରକାଶ ଥାଉକି, ଖଡଗେଙ୍କ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସି ସାଲେପୁରଠାରେ ଜନସମାବେଶରେ ଯୋଗଦେଇଥିଲେ । ଗତ ୩ ତାରିଖରେ ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ଥିଲା । ହେଲେ ସେଦିନ ରାଇବରେଲି ଆସନରେ ତାଙ୍କର ନାମାଙ୍କନ ଥିବାରୁ ଆସିପାରିନଥିଲେ । ଭିଡିଓ କନଫରେନ୍ସିଂରେ ଯୋଗେ ପ୍ରଚାର କରିଥିଲେ । ସେହିପରି ପ୍ରିୟଙ୍କା ଗାନ୍ଧିଙ୍କର ନବରଙ୍ଗରପୁରରେ ଏକ କାର୍ଯ୍ୟକ୍ରମ ହେବାର ଥିଲା । ହେଲେ ଏ ପର୍ଯ୍ୟନ୍ତ ସେ ସମ୍ପର୍କରେ କୌଣସି ସୂଚନା ନାହିଁ ।