LIVE TV

ପ୍ରଧାନମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ ବାତିଲ ସୂଚନା, ଝାରସୁଗୁଡ଼ାରେ ହୋଇପାରେ କାର୍ଯ୍ୟକ୍ରମ

NEWS7
PM modi

ଭୁବନେଶ୍ବର ୨୧୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଗସ୍ତ ବାତିଲ ହୋଇଥିବା ସୂଚନା ମିଳିଛି । ବର୍ଷା ଆଶଙ୍କାକୁ ନେଇ ଗସ୍ତ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି । ବ୍ରହ୍ମପୁର ବଦଳରେ ଝାରସୁଗୁଡ଼ାରେ ହୋଇପାରେ ମୋଦିଙ୍କ କାର୍ଯ୍ୟକ୍ରମ । ଆସନ୍ତା ୨୭ ତାରିଖରେ ଗଞ୍ଜାମ ଗସ୍ତରେ ଆସିଥାନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ରଙ୍ଗେଇଲୁଣ୍ଡାରେ ହେବାକୁ ଥିବା ସେବା ପର୍ବ କାର୍ଯ୍ୟକ୍ରମ ବାତିଲ କରାଯାଇଥିବା ସୂଚନା ମିଳିଛି ।

ଆଗକୁ ଆସୁଛି ଦୁଇ ଦୁଇଟି ଲଘୁଚାପ । ପ୍ରଥମ ଲଘୁଚାପ ୨୫ ତାରିଖ ବେଳକୁ ଏବଂ ଦିତୀୟ ଲଘୁଚାପ ଅକ୍ଟୋବର ପ୍ରଥମ ସପ୍ତାହରେ ସମ୍ଭାବନା ରହିଛି । ପ୍ରଭାବରେ ଦକ୍ଷିଣ, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହା ତିନି ଦିନ ପର୍ଯ୍ୟନ୍ତ ଲାଗି ରହିବ। ମୌସୁମୀ ସମ୍ପୂର୍ଣ ଫେରି ନଥିବାରୁ ୨୮ ତାରିଖ ପରେ ବି ବର୍ଷା ଲାଗିରହିବ ବୋଲି ଅନୁମାନ କରାଯାଉଛି। ବର୍ଷା ଏବଂ ଘୁର୍ଣ୍ଣି ଝଡ଼ ସମ୍ଭାବନା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ସୂଚୀ ବଦଳିବା ସମ୍ଭାବନା ରହିଛି ।

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୭ ତାରିଖରେ ଆସିପାରନ୍ତି ଝାରସୁଗୁଡା । ୨୫ ତାରିଖରେ ହେବାକୁ ଥିବା ଲଘୁଚାପ ଯୋଗୁଁ ଉପକୂଳ ଓଡ଼ିଶାରେ ଭୀଷଣ ବର୍ଷା ପବନକୁ ଆଶଙ୍କା କରି ପ୍ରଧାନମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ ବାତିଲ ହେଉଛି । ତେଣୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ନରେନ୍ଦ୍ର ମୋଦିଙ୍କ ଗସ୍ତ ଚୂଡ଼ାନ୍ତ ହୋଇଛି । ରବିବାର ସନ୍ଧ୍ୟା ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବ ବୋଲି ରାଜସ୍ବ ମନ୍ତ୍ରୀ ସୂଚନା ଦେଇଛନ୍ତି ।