LIVE TV

କଲ୍ ରେକର୍ଡିଂରୁ ମୋଟା ଆୟ ! କେଉଁ ଆପ୍‌ ଦିଏ ଟଙ୍କା ? ପ୍ରାଇଭେସିରେ ରହିଛି କି ବିପଦ…

NEWS7
call recording

ନୂଆଦିଲ୍ଲୀ ୨୯।୦୯: କଲ୍ ରେକର୍ଡିଂ । କେତେବେଳେ ସାହାଯ୍ୟ କରେ ତ ଆଉ କେତେବେଳେ ଚିନ୍ତାର କାରଣ ପାଲଟେ । କିନ୍ତୁ ଜାଣନ୍ତି କି କଲ୍‌ ରେକର୍ଡିଂରୁ ହେଉଛି ମୋଟା ଟଙ୍କା ରୋଜଗାର ? ଆଜ୍ଞା ହଁ ଏପରି ଆମେରିକାରେ ହେଉଛି । ବାସ୍ତବରେ ନିଓନ୍ ମୋବାଇଲ୍ ଆପ୍ ଆମେରିକାରେ ଦ୍ରୁତ ଗତିରେ ଲୋକପ୍ରିୟତା ହାସଲ କରୁଛି । ଏହି ଆପ୍ଲିକେସନ୍ ୟୁଜର୍ସଙ୍କ ଫୋନ୍ କଲ୍ ରେକର୍ଡ କରେ । ଆଉ ବଦଳରେ ସେମାନଙ୍କୁ ଟଙ୍କା ଦିଏ ।

ତା’ପରେ ଏହି ଡାଟା AI କମ୍ପାନୀଗୁଡ଼ିକୁ ବିକ୍ରି କରାଯାଏ । ଯେଉଁଥିରୁ ମେସିନ୍ ଲର୍ଣ୍ଣିଂ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ମଡେଲଗୁଡ଼ିକୁ ଟ୍ରେନ କରିବାରେ ସହାୟକ ହୁଏ । ଏହି କାରଣରୁ ଏହା ଆପ୍ ଷ୍ଟୋରର ସୋସିଆଲ୍‌ ନେଟୱାର୍କିଂ ସେକ୍ସନର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି । ରିପୋର୍ଟ ଅନୁଯାୟୀ, ନିଓନ୍ ୟୁଜର୍ସଙ୍କୁ କଲ୍ ରେକର୍ଡିଂ ପାଇଁ ପ୍ରତି ମିନିଟ ପାଇଁ ୩୦ ସେଣ୍ଟ ଦିଆଯାଇଥାଏ । ଦିନକୁ ୩୦ ଡଲାର ପର୍ଯ୍ୟନ୍ତ ରୋଜଗାର କରିବାର ସୁଯୋଗ ୟୁଜର୍ସଙ୍କୁ ଦେଇଥାଏ ଏହି ନିଓନ୍‌ ଆପ୍‌ ।

ଏହାବ୍ୟତୀତ ଆପ୍‌ରେ ବନ୍ଧୁ କିମ୍ବା ପରିଚିତ ଲୋକଙ୍କୁ ଯୋଡିଲେ ୟୁଜର୍ସ ରେଫରାଲ୍ ବୋନସ୍ ପାଆନ୍ତି । କମ୍ପାନୀ କହିଛି ଯେ ଏହି ପଦ୍ଧତିରେ ସଂଗୃହିତ କଲ୍ ଡାଟା AI ମଡେଲ୍‌କୁ ଉନ୍ନତ ଏବଂ ବିକଶିତ କରିବା ପାଇଁ ବ୍ୟବହାର କରାଯାଏ ।  ନିଅନ୍‌ର ସେବା ସର୍ତ୍ତାବଳୀ ଅନୁଯାୟୀ, ଆପ୍‌ଟି ଇନବାଉଣ୍ଡ ଏବଂ ଆଉଟବାଉଣ୍ଡ ଉଭୟ କଲ୍ ରେକର୍ଡ କରିପାରିବ । କିନ୍ତୁ କମ୍ପାନୀ ଦାବି କରେ ଯେ କେବଳ ଉପଭୋକ୍ତାଙ୍କଠାରୁ ଆସୁଥିବା ଅଡିଓ ସେଭ୍ କରାଯାଏ । ନିୟମ ଏବଂ ସର୍ତ୍ତାବଳୀ ଅନୁଯାୟୀ, ନିଅନ୍‌ ଏହି ଡାଟାକୁ ବିଶ୍ବସ୍ତରରେ ବ୍ୟବହାର, ବିକ୍ରୟ ଏବଂ ପରିବର୍ତ୍ତନ କରିବାର ଅଧିକାର ରହିଛି । ତେବେ ଏହି କାରଣରୁ ଡାଟା ସୁରକ୍ଷା ଏବଂ ପ୍ରାଇଭେସି ଉପରେ ଉଠାଯାଉଛି ଗମ୍ଭୀର ପ୍ରଶ୍ନ ?

ବିଶେଷଜ୍ଞଙ୍କ ଅନୁଯାୟୀ ଏହି ଆପ୍ ଟେକନିକ ଭାବରେ ଆଇନଗତ । କାରଣ ଏହା କେବଳ ଗୋଟିଏ ପକ୍ଷର କଲ୍ ରେକର୍ଡ କରେ । ତଥାପି ଏହାର ଡାଟା ନକଲି କଲ୍ ତିଆରି କରିବା କିମ୍ବା AI-ଆଧାରିତ ନକଲି ଭଏସ୍ ତିଆରି କରିବା ପାଇଁ ବ୍ୟବହାର କରାଯାଇପାରିବ । ଏହାସହିତ ଡାଟା ଚୋରି କିମ୍ବା ଅପବ୍ୟବହାରର ବିପଦ ଲାଗି ରହିଥାଏ ।  ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆମ କାମକୁ ସହଜ କରୁଛି ।

କିନ୍ତୁ ଏହା ୟୁଜର୍ସଙ୍କ ବ୍ୟକ୍ତିଗତ ଜୀବନ ଏବଂ ସେମାନଙ୍କ ସମ୍ପର୍କର ପ୍ରାଇଭେସିକୁ ପ୍ରଭାବିତ କରେ । ନିଓନ୍ ଆପ୍ ଦର୍ଶାଏ ଯେ ଲୋକମାନେ ଅଳ୍ପ ଟଙ୍କା ପାଇଁ ସେମାନଙ୍କର ବ୍ୟକ୍ତିଗତ ତଥ୍ୟ ସେୟାର କରିବାକୁ ସଂକୋଚ କରୁନାହାଁନ୍ତି । କିନ୍ତୁ ଦୀର୍ଘକାଳୀନ ଭାବରେ ଏହି ଅଭ୍ୟାସ ସମାଜ ଏବଂ ବ୍ୟକ୍ତି ଉଭୟ ପାଇଁ ଗମ୍ଭୀର କ୍ଷତିକାରକ ପ୍ରମାଣିତ ହୋଇପାରେ।