ମୁମ୍ବାଇ: ମୁମ୍ବାଇର ହାଇପ୍ରୋଫାଇଲ ସ୍ଥାନଗୁଡ଼ିକୁ ବୋମା ମାଡ଼ କରି ଉଡ଼ାଇ ଦେବାକୁ ଧମକ ମିଳିଛି। ମେଗା ଷ୍ଟାର ଅମିତାଭ ବଚ୍ଚନଙ୍କ ଘର ଜଲସା, ବମ୍ବେ ହାଇକୋର୍ଟ ଏବଂ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଉପରେ ବୋମା ମାଡ଼ କରିବାକୁ ଧମକପୂର୍ଣ୍ଣ ମେସେଜ୍ ଆସିବା ପରେ ମୁମ୍ବାଇରେ ସତର୍କ ସୂଚନା ଜାରି କରାଯାଇଛି।

କୋର୍ଟଙ୍କୁ ଏହି ଧମକପୂର୍ଣ୍ଣ ମେଲ୍ ମିଳିଛି। ବମ୍ବେର ୩ଟି ସ୍ଥାନରେ ଆଟାକ କରାଯିବ ବୋଲି ଏହି ମେଲ୍ରେ କୁହାଯାଇଛି। ଏଥିସହିତ ୨୨୫ ଏକର ବିଶିଷ୍ଟ ଐତିହାସିକ ଘୋଡ଼ା ଦୌଡ଼ ଟ୍ରାକ୍ ୱୋର୍ଲି ରେସକୋର୍ସରେ ବି ବୋମାମାଡ଼ କରିବାକୁ ଧମକ ମିଳିଛି। ଏହି ମେଲ୍ ମିଳିବା ପରେ ସତର୍କ ହୋଇଛି ମୁମ୍ବାଇ ପୁଲିସ। ସୁରକ୍ଷା ଏଜେନ୍ସିକୁ ସତର୍କ କରାଯାଇଛି। କିଏ ଏହି ଧମକପୂର୍ଣ୍ଣ ମେଲ୍ ପଠାଇଛି ସେ ନେଇ ମୁମ୍ବାଇ ପୁଲିସ ତଦନ୍ତ ଆରମ୍ଭ କରିଛି।

ଅମିତାଭ ବଚ୍ଚନଙ୍କୁ ଦ୍ୱିତୀୟ ଧମକ

ଅମିତାଭ ବଚ୍ଚନଙ୍କୁ ଟାର୍ଗେଟ୍ କରି ଦ୍ୱିତୀୟ ଥର ପାଇଁ ଏଭଳି ଧମକପୂର୍ଣ୍ଣ ମେଲ ଆସିଛି ଏହା ପୂର୍ବରୁ ଅକ୍ଟୋବର ୨୨ ତାରିଖରେ ଏକ ସ୍କୁଲ୍କୁ ମେଲ୍ ଜରିଆରେ ଅମିତାଭଙ୍କ ଘର ବୋମା ମାଡ଼ କରି ଉଡ଼ାଇ ଦେବାକୁ ଧମକ ଦିଆଯାଇଥିଲା। ଏହି ଧମକ ପରେ ଅମିତାଭ ସବୁଦିନିଆ ରବିବାର ଦର୍ଶକଙ୍କୁ ଦେଖା କରିବାକୁ ଆସିଥିବା ବେଳେ ବୁଲେଟ ପ୍ରୁଫ କାଚର ବ୍ୟବହାର କରିଥିଲେ। ବୁଲେଟ ପ୍ରୁଫ କାଚ ଭିତରେ ରହି ଦର୍ଶକଙ୍କୁ ହାତ ହଲାଇ ଅଭିବାଦନ କରିଥିଲେ। ତାଙ୍କ ପାଖରେ ତାଙ୍କ ପୁଅ ଅଭିଷେକ ବଚ୍ଚନ ରହିଥିଲେ। ତେବେ ଅମିତାଭଙ୍କୁ ସିଧାସଳଖ କୌଣସି ଧମକ ଦିଆଯାଇ ନାହିଁ ବୋଲି ମୁମ୍ବାଇ ପୁଲିସ କହିଛି।

Also read- ଭାରତରେ ବୁଲୁଛି 'ସାଇଲେଣ୍ଟ୍ କିଲର : ପ୍ରତି ମିନିଟରେ ନେଉଛି ୪ ମୁଣ୍ଡ, ବର୍ଷକରେ ଗଲାଣି ୨୦ ଲକ୍ଷ ଜୀବନ

ଟାର୍ଗେଟରେ ବଲିଉଡ୍

କେବଳ ଅମିତାଭ ନୁହେଁ,ଚଳିତ ସପ୍ତାହରେ ତୁଷାର କପୁର ଓ ଆୟୁଷ୍ମାନ ଖୁରାନାଙ୍କୁ ବିଷ୍ଣୋଇ ଗ୍ୟାଙ୍ଗ ନାଁରେ ଧମକ ଦିଆଯାଇଥିଲା। ଏହାପରେ ତଦନ୍ତ କରି ବୁଧବାର ମୁମ୍ବାଇ କ୍ରାଇମ ବ୍ରାଞ୍ଚ ବେଙ୍ଗାଲୁରୁର ଜଣେ ୩୦ ବର୍ଷୀୟ ଆଇଟି (IT) ଇଞ୍ଜିନିୟରଙ୍କୁ ଗିରଫ କରିଥିଲା। ଏହି ଆଇଟି ଇଞ୍ଜିନିୟରଙ୍କର ବିଷ୍ଣୋଇ ଗ୍ୟାଙ୍ଗ ସହିତ କୌଣସି ଲିଙ୍କ ନଥିବା ପୁଲି ଜାଣିବାକୁ ପାଇଛି। ଏହା ପୂର୍ବରୁ ଅକ୍ଟୋବର ୧୮ ତାରିଖରେ ବିଷ୍ଣୋଇ ଗ୍ୟାଙ୍ଗର କିଛି ଲୋକ ଟାଇଗର ଶ୍ରଫଙ୍କ ଉପରେ ଆକ୍ରମଣ କରିଥିଲେ। ଟାଇଗର ଏଥିରେ ସାମାନ୍ୟ ଆହତ ହୋଇଥିଲେ।

ସିନେ ଅଭିନେତାଙ୍କୁ ଏଭଳି ଟାର୍ଗେଟ୍ କରାଯାଉଥିବା ଦେଖି ଚିନ୍ତା ବ୍ୟକ୍ତ କରିଛି 'ଅଲ୍ ଇଣ୍ଡିଆନ୍ ସିନ୍ ୱାର୍କର୍ସ ଆସୋସିଏସନ୍। ମାମଲାକୁ ଗୁରୁତର ସହ ନେବା ସହ ଏଥିରେ ସଂଗଠନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଛି।