ଆନନ୍ଦପୁର ୧୮/୦୨: ହାତୀ ପରେ ଗାଈ । ଆଉ ଏବେ ଗାଈ ପରେ ବାଛୁରୀ । ଓଃ କି କଲବଲ ହେଉଛି । ସ୍ଥିତି ଏମିତି ଦାନାଟିଏ ବି ନେବା ପାଟିରେ ମୁସ୍କିଲ୍ । କାରଣ ପାଟିରେ ଫୁଟିଛି ମଣିଷ ତିଆରି ବାରୁଦ । ଅବସ୍ଥା ଗୁରୁତର, ଏମିତିକି ଚିକିତ୍ସା ବି ହୋଇପାରିବନି । ନା ସେ କହିପାରୁଛି ନା ସେ ସହିପାରୁଛି । ଏବେ କେବଳ ଯନ୍ତ୍ରଣାରେ କଲବଲ ହେବା ସାର । ଆନନ୍ଦପୁରରେ ଉପଖଣ୍ଡ ଘଷିପୁରା ଥାନା ଦରଖଳା ଗାଁରେ ନଜର ଆସିଛି ଏପରି ଘଟଣା । ବାରହା ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଫୁଟିଛି ବାଛୁରୀ ପାଟିରେ ।

ସୂଚନା ଥାଉକି, ବାରହା ଶିକାର ପାଇଁ ଖଞ୍ଜା ଯାଇଥିଲା ବୋମା । ଖଦ୍ୟ ଭାବି, ସେହି ବୋମାକୁ ଏକ ବାଛୁରୀ ଚୋବାଇ ଦେବାରୁ ବାଛୁରୀ ମୁହଁରେ ବୋମା ଫୁଟି ଗୁରୁତର ହୋଇଛି । ଗୁରୁତର ବାଛୁରୀ ଦରଖଳା ଗାଁର ଭୀମ ମୁଣ୍ଡାଙ୍କର ବୋଲି ଜଣାଯାଇଛି । ବାଛୁରୀଟି ଗାଁ ପାଖ ଜଙ୍ଗଲ ନିକଟରେ ଚରୁଥିବା ସମୟରେ ସେଠାରେ ଖଞ୍ଜା ଯାଇଥିବା ବୋମାକୁ ଖାଇଦେବାରୁ ତା ପାଟିରେ ବୋମା ଫୁଟିଯାଇଥିଲା । ତେବେ ଗୁରୁତର ବାଛୁରୀ ର କୈଣସି ଚିକିତ୍ସା କରାଯାଇପରି ନାହିଁ । ବୋମା ଖଞ୍ଜି ଥିବା ଦୃର୍ବୃତ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

also read..

ବଜେଟ ଅଧିବେଶନର ଦ୍ୱିତୀୟ ଦିନ, ଚାଷୀ ପ୍ରସଙ୍ଗକୁ ନେଇ ହୁଲସ୍ତୁଲ ହୋଇପାରେ ଗୃହ