News7 Logo

ବଲିଉଡ୍ ଅଭିନେତ୍ରୀଙ୍କ ଆଖିରେ ନେପାଳ ହିଂସା-ପୋଡ଼ାଜଳା ଲୁହ, ସୋସିଆଲ ମିଡିଆରେ ବଖାଣିଲେ ଯନ୍ତ୍ରଣା

NEWS7
Mansisha

ନୂଆଦିଲ୍ଲୀ ୦୯/୦୯: ପ୍ରତିବନ୍ଧକ ହଟିବା ପରେ ବି ଥମୁନି ହିଂସା । ହିଂସାର ନିଆଁରେ ଜଳୁଛି ନେପାଳ । ପ୍ରକୃତରେ, ନେପାଳର ଓଲି ସରକାର ଫେସବୁକ୍, ଇନଷ୍ଟାଗ୍ରାମ ସମେତ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଷିଦ୍ଧ କରିଥିଲେ । ଏହାର ପ୍ରତିବାଦରେ ଜେନ-ଜେଡ୍ ଅର୍ଥାତ୍ ୧୮ ରୁ ୨୮ବର୍ଷ ବୟସର ଯୁବକମାନେ ରାସ୍ତାକୁ ଓହ୍ଲାଇଥିଲେ। ଏହା ପରେ ଦେଶର ଅନେକ ସହରରେ ଭଙ୍ଗାରୁଜା ଏବଂ ପୋଡ଼ାଜଳା ହୋଇଥିଲା ।

ବର୍ତ୍ତମାନ ସରକାର ନିଷ୍ପତ୍ତି ବଦଳାଇଛନ୍ତି । ତଥାରି ଜଳୁଛି ନେପାଳ । ଏହାରି ଭିତରେ ମୁହଁ ଖୋଲିଛନ୍ତି ବଲିଉଡ୍ ଅଭିନେତ୍ରୀ ମନୀଷା କୋଇରାଲା । ସୋସିଆଲ ମିଡିଆରେ ସେୟାର କରିଛନ୍ତି ଭାବପ୍ରବଣ ପୋଷ୍ଟ । ଅଭିନେତ୍ରୀ ମନୀଷା କୋଇରାଲା ତାଙ୍କ ଇନଷ୍ଟାଗ୍ରାମରେ ରକ୍ତ ଭିଜା ଜୋତାର ଏକ ଭାବପ୍ରବଣ ଫଟୋ ସେୟାର କରିଛନ୍ତି । ଦେଶକୁ ଥରାଇ ଦେଇଥିବା ଏହି ସଙ୍କଟ ଉପରେ ଏକ କଡ଼ା ବାର୍ତ୍ତା ମଧ୍ୟ ଦେଇଛନ୍ତି।​​​​​​​

 

 
 
 
 
 
 
 
 
 
 
 
 
 
 
 

A post shared by Manisha Koirala (@m_koirala)

ଅଭିନେତ୍ରୀ ନେପାଳୀ ଭାଷାରେ ଲେଖିଛନ୍ତି, 'ଆଜକୋ ଦିନ ନେପାଳ କା ଲାଗି କାଲୋ ଦିନ ହୋ - ଜବ୍ ଜନତାକୋ ଆୱାଜ୍, ଭ୍ରାଷ୍ଟଚାରବୃଦ୍ଧକୋ ଆକ୍ରୋଶ ରା ନ୍ୟାୟକୋ ମଗଲାଇ ଗୋଲେଇଲେ ଜବାଫ୍ ଦିୟୋ । ଅର୍ଥାତ୍, ଆଜି ନେପାଳ ପାଇଁ ଏକ କଳା ଦିନ- ଯେତେବେଳେ ଲୋକଙ୍କ ସ୍ୱର, ଦୁର୍ନୀତି ବିରୁଦ୍ଧରେ କ୍ରୋଧ ଏବଂ ନ୍ୟାୟର ଦାବିକୁ ଗୁଳିରେ ଜବାବ ଦିଆଯାଏ।

ନେପାଳ ସହିତ କ’ଣ ମନିଷାଙ୍କ ସମ୍ପର୍କ?
ମନିଷା କୋଇରାଲାଙ୍କ ଜନ୍ମ ୧୬ ଅଗଷ୍ଟ ୧୯୭୦ରେ ନେପାଳର ରାଜଧାନୀ କାଠମାଣ୍ଡୁରେ ହୋଇଥିଲା। ଅଭିନେତ୍ରୀଙ୍କ ଜେଜେବାପା ବିଶେଶ୍ୱର ପ୍ରସାଦ ନେପାଳର ପ୍ରଧାନମନ୍ତ୍ରୀ ଏବଂ ପିତା ପ୍ରକାଶ ଜଣେ କ୍ୟାବିନେଟ ମନ୍ତ୍ରୀ ଥିଲେ। ୧୯୮୯ ମସିହାରେ ମନିଷା ନେପାଳୀ ଚଳଚ୍ଚିତ୍ର 'ଫେରି ଭେଟିଉଲା' ସହିତ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହା ପରେ ମନିଷା ସୁଭାଷ ଘାଇଙ୍କ ଚଳଚ୍ଚିତ୍ର 'ସୌଦାଗର' ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ସହିତ, ମନିଷା ନେପାଳୀ ଝିଅମାନଙ୍କ ଦେହ ବ୍ୟବସାୟ ଏବଂ ଚାଲାଣ ରୋକିବା ପାଇଁ ମଧ୍ୟ କାମ କରୁଛନ୍ତି।

ସୋସିଆଲ ମିଡିଆ କାହିଁକି ବ୍ୟାନ୍ ଲଗାଇଥିଲେ ଓଲି ସରକାର?
ଆପଣଙ୍କୁ ଜଣାଇ ଦେଉଛୁ ଯେ ନେପାଳର ଓଲି ସରକାର ଫେସବୁକ୍, ଇନଷ୍ଟାଗ୍ରାମ, ହ୍ୱାଟସଆପ୍, ଟ୍ୱିଟର (X) ସମେତ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ରୋକ ​​ଲଗାଇଛନ୍ତି। ନେପାଳର କମ୍ପାନୀ ଆଇନ ଅନୁଯାୟୀ ଏହି କମ୍ପାନୀଗୁଡ଼ିକ ଦେଶରେ ନିଜକୁ ପଞ୍ଜୀକୃତ କରି ନଥିବାରୁ ସରକାର ଏହି ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ଓଲିଙ୍କ ସରକାର ଏହାକୁ ଜାତୀୟ ସୁରକ୍ଷା ଏବଂ ନିୟନ୍ତ୍ରଣର ବିଷୟ ବୋଲି କହିଛନ୍ତି।