ବିଜେପିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ; ଶୀଘ୍ର ଜାରି ହେବ ୧୦୦ ଜଣିଆ ଲିଷ୍ଟ୍

Published By : Prameya-News7 Bureau | March 29, 2024 IST

ଭୁବନେଶ୍ୱର,୨୯/୦୩: ବିଜେପିରେ ଟିକେଟ୍ କସରତ । ବିଜେଡି ଆଗୁଆ ବିଧାନସଭା ପ୍ରାର୍ଥୀ ଘୋଷଣା କରି ପାଦେ ଆଗରେ ଅଛି । ତେଣୁ ବିଜେପି ଆଜି କିମ୍ବା ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିପାରେ । ଭାରତୀୟ ଜନତା ପାର୍ଟି ୧୦୦ ଜଣିଆ ପ୍ରାର୍ଥୀ ଲିଷ୍ଟ୍ ଜାରି କରିବ । ଏହା ଉପରେ ଗୁରୁବାର ବିଳମ୍ବିତ ରାତିରେ କୋର୍ କମିଟି ବୈଠକରେ ଚୂଡ଼ାନ୍ତ ମୋହର ବାଜିଛି । ବିଜେପି ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ତିନି ଘଣ୍ଟା ଯାଏ ମାରାଥନ୍‌ ଆଲୋଚନା ହୋଇଥିଲା । 

ପ୍ରଥମ ପର୍ଯ୍ୟାୟରେ ୧୮ଜଣିଆ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିଲା । କେବଳ ଯାଜପୁର, କଟକ ଓ କନ୍ଧମାଳ ଆସନକୁ ଝୁଲାଇ ରଖାଯାଇଥିଲା । ଏହି ତିନି ଆସନ ପାଇଁ ପ୍ରାର୍ଥୀଙ୍କ ସମେତ ବିଧାନସଭା ପ୍ରାର୍ଥୀ ତାଲିକାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବାକୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି ଦିଲ୍ଲୀ ଯାଇଛନ୍ତି । 

ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ, ବିଜେଡିରେ ମିଶିବା ନେଇ ଚର୍ଚ୍ଚା

ଗୁରୁବାର ଅପରାହ୍ନରେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଭର୍ତ୍ତୃହରି ଓ ସିଦ୍ଧାନ୍ତଙ୍କ ମିଶ୍ରଣ ପର୍ବ ପରେ  ସନ୍ଧ୍ୟାରେ କୋର୍‌ କମିଟି ବୈଠକ ବସିଥିଲା । ରାଜ୍ୟ ସଭାପତି ଓ ସମ୍ପାଦକଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ଉପସ୍ଥିତ ଥିଲେ । ସନ୍ଧ୍ୟାରେ ନଡ୍ଡାଙ୍କ ସହିତ ଦୀର୍ଘ ସମୟ ଯାଏ ପ୍ରାର୍ଥୀ ତାଲିକା ଉପରେ ଆଲୋଚନା ହୋଇଥିଲା । ପରେ ଗୃହମନ୍ତ୍ରୀ ଶାହ ଆସି ବୈଠକରେ ସାମିଲ ହୋଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ବିଜେପି ୩ଟି ଲୋକସଭା ଆସନ ସହିତ ୧୦୦ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । କିଛି ପୁରୁଖା ନେତାଙ୍କ ସହିତ ନୂଆ ମୁହଁକୁ ବିଜେପି ତାଲିକାରେ ଦେଖିବାକୁ ମିଳିବ । ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ୧୦୦ଜଣିଆ ତାଲିକା ଚୂଡ଼ାନ୍ତ ହୋଇଛି । ଦିନେ ବା ଦୁଇ ଦିନ ଭିତରେ ଏହା ଘୋଷଣା କରାଯିବ ।

  • BJP
  • odisha
  • OdishaNews
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.