ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ, ବିଜେଡିରେ ମିଶିବା ନେଇ ଚର୍ଚ୍ଚା

Published By : Prameya-News7 Bureau | March 29, 2024 IST

ଭୁବନେଶ୍ୱର ୨୯/୦୩: ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା । ଗୁରୁବାର ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପଠାଇଦେଇଛନ୍ତି । କଟକ ଜିଲ୍ଲା ବିଜେପି ସଭାପତି ଥିଲେ ପ୍ରକାଶ । 

୨୦୨୧୪ରେ କଂଗ୍ରେସରୁ ସାଲେପୁର ବିଧାୟକ ହୋଇଥିଲେ । ପରେ ୨୦୧୯ ରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇ ବିଧାୟକ ପ୍ରାଥୀ ହୋଇଥିଲେ । ଆଉ ଗୁରୁବାର ସେ ବିଜେପି ଛାଡିଛନ୍ତି । କୁହାଯାଉଛି ସେ ଖୁବ ଶୀଘ୍ର ବିଜେଡିରେ ମିଶିପାରନ୍ତି । ଏମିତି ବି ସାଲେପୁର ବିଧାନସଭା ସିଟ୍ ଲାଗି ବିଜେଡି ପ୍ରାର୍ଥୀ ଘୋଷଣା କରିନଥିବାରୁ ସେ ସାଲେପୁରରୁ ବିଜେଡି ଟିକେଟରେ ଲଢ଼ିବା ନେଇ ଚର୍ଚ୍ଚା ହେଉଛି ।

ସେ ଦିନକ ପୂର୍ବରୁ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଥିଲେ ଯେ, ମୋ ପାଞ୍ଚ ବର୍ଷର କାର୍ଯ୍ୟକାଳରେ ଯାହା ହୋଇଥିଲା, ବିଗତ ପାଞ୍ଚ ବର୍ଷ ଏବଂ ଅତୀତର ତିରିଶ ବର୍ଷ ଭିତରେ ସେଭଳି ବିକାଶ ହୋଇନାହିଁ । ସବୁଥିରୁ ବଞ୍ଚିତ ହୋଇଛି ଟାଙ୍ଗୀ-ସାଲେପୁର । ଏଥର ବିକାଶକୁ ଦିଆଯିବ ପ୍ରାଥମିକତା । ଏଥିରୁ ସ୍ପଷ୍ଟ ଅନୁମେୟ ସେ ଦଳରେ ଥାଇ ଅସନ୍ତୁଷ୍ଟ ଥିଲେ । ଆଗକୁ ସେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହେଉଛି ।


You can also read...

କଂଗ୍ରେସ ଛାଡ଼ିଲେ ଟିଟିଲାଗଡ଼ ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ


  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.