News7 Logo

ରାଜ୍ୟ ବିଜେପି ସଭାପତିଙ୍କ ପୁଣି ଦିଲ୍ଲୀ ଗସ୍ତ, ବଢିଲା ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା !

NEWS7
Manmohan Samal

ଭୁବନେଶ୍ୱର ୦୭।୦୯ : ବଢିଲା ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା । ପୁଣି ଥରେ ଦିଲ୍ଲୀ ଗସ୍ତରେ ଗଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଦୁଇ ଦିନ ତଳେ ଦିଲ୍ଲୀ ଗସ୍ତରୁ ଆସିଥିଲେ ରାଜ୍ୟ ବିଜେପି ସଭାପତି । ହେଲେ ଏବେ ହଠାତ୍‌ ରବିବାର ଦିନ ସକାଳୁ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମନମୋହନ ସାମଲ ।

ଖବର ଅନୁଯାୟୀ, ଗତ ସୋମବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଗସ୍ତରେ ଯାଇଥିଲେ । ସେଠାରେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା । ହେଲେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର କିଛି ଦିନ ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରେ ଯାଇଥିଲେ । ଏହି ସମୟରେ କିଛି କେନ୍ଦ୍ରୀୟ ନେତୃତ୍ୱଙ୍କ ଭେଟିଥିବାର ସୂଚନା ମିଳିଛି । ହେଲେ ଦିଲ୍ଲୀ ଗସ୍ତରୁ ଉଭୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ଫେରିଥିଲେ । ହେଲେ ଏବେ ପୁଣି ଥରେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଯାହାକୁ ନେଇ ଅନେକ କଥା ଚର୍ଚ୍ଚା ଓ ଆଲୋଚନା ଚାଲିଛି । ଏପିରିକି ରାଜ୍ୟରେ ଖୁବଶୀଘ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ଏବଂ ଖାଲିପଡିଥିବା ନିଗମ, ବୋର୍ଡର ଅଧ୍ୟକ୍ଷ ପଦ ପୂରଣ ନେଇ ଆଲୋଚନା ହୋଇପାରେ ।

ତେବେ ରାଜ୍ୟ ବିଜେପି ସଭାପତିଙ୍କ ଦିଲ୍ଲୀ ଗସ୍ତ ନେଇ କୌଣସି ସଠିକ ତଥ୍ୟ ମିଳିନାହିଁ । ଏପିରିକି ଦିନକ ପରେ ଉପରାଷ୍ଟ୍ରପତି ନିର୍ବାଚନ ରହିଛି । ହୁଏତ କେନ୍ଦ୍ରର ବରିଷ୍ଠ ନେତାଙ୍କ ଡକରାରେ ଦିଲ୍ଲୀ ଯାଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।