ନାମାଙ୍କନ ଭରିଲେ ସତ୍ୟବାଦୀ ବିଜେପି ପ୍ରାର୍ଥୀ, ସମର୍ଥକଙ୍କ ସହ ବିରାଟ ପଟୁଆରରେ କଲେ ଶକ୍ତି ପ୍ରଦର୍ଶନ

Published By : Prameya-News7 Bureau | May 03, 2024 IST

କଣାସ: ଶୁକ୍ରବାର ସରୁଛି ରାଜ୍ୟରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଅବଧି। ଆଉ ନାମାଙ୍କନ ଦାଖଲର ଅନ୍ତିମ ଦିନରେ ଆଶାୟୀମାନେ ନିଜ ସମର୍ଥକଙ୍କ ସହ ବିରାଟ ପଟୁଆରରେ ଆସି ନାମାଙ୍କନ ଭରୁଥିବା ଦେଖିବାକୁ ମିଳିଛି। 

ଏହି କ୍ରମରେ ହଜାର ହଜାର ସମର୍ଥକଙ୍କୁ ନେଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଓମ୍‌ ପ୍ରକାଶ ମିଶ୍ର। କଣାସ ଜଙ୍କିଆ ଗଡଶାହୀ ମେଳଣ ପଡ଼ିଆରୁ ବାହାରି ଅଧିଷ୍ଠାତ୍ରୀ ଦେବୀ ମା କୁଜେଶ୍ଵରୀଙ୍କ ପୀଠରେ ଆର୍ଶୀବାଦ ଭିକ୍ଷା କରି ହଜାର ହଜାର ସମର୍ଥକଙ୍କ ସହ ବିରାଟ ପଟୁଆରରେ ନାମାଙ୍କନ ପତ୍ର ଭରିଛନ୍ତି ଓମ୍ ପ୍ରକାଶ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.