LIVE TV

ଆଠଗଡ଼ ବିଜେପିର ମିଶ୍ରଣ ପର୍ବ, ଅନ୍ୟ ଦଳ ଛାଡ଼ିରେ ସାମିଲ ହେଲେ ବହୁ ଛାମୁଆ ନେତା ଓ କର୍ମୀ

NEWS7
ath

ଆଠଗଡ଼ ୩୦।୦୯ : ଆଠଗଡ଼ରେ ବିଜେପିର ମିଶ୍ରଣ ପର୍ବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୀତି ଆଦର୍ଶନରେ ଅନୁପ୍ରାଣିତ ହୋଇ ଦଳରେ ମିଶିଲେ ବିଜେଡି ଓ କଂଗ୍ରେସର ଛାମୁଆ ନେତା ଓ କର୍ମୀ । ଆଠଗଡ଼ ରଥଗଡ଼ା ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବିଜେପି ପକ୍ଷରୁ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।

ଆଠଗଡ଼ରେ ବିଜେପି ନେତା ଅଭୟ ବାରିକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା ମିଶ୍ରଣ ପର୍ବ । ଏଥିରେ କଟକ ଜିଲ୍ଲା ଆଠଗଡ଼ ତିଗିରିଆ ବ୍ଲକ ହାଟମାଳ ପଞ୍ଚାୟତ ବିଜେଡି ଓ କଂଗ୍ରେସର ବହୁ ଛାମୁଆ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୀତି ଆଦର୍ଶରେ ଅନୁପ୍ରାମିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ନିଜ ଅଞ୍ଚଳର ଉନ୍ନତି ସାଧନ ଦିଗରେ କାମ କରିବେ ବୋଲି ନେତାମାନେ କହିଛନ୍ତି।