ଭୁବନେଶ୍ଵର: ଏମଏମଡିଆର ସଂଶୋଧନ ଆଇନକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ନେତ୍ରୀ ସୁଜାତା ରାଉତ। ଡବଲ ଇଞ୍ଜିନ ସରକାର ଓଡିଶାବାସୀଙ୍କୁ ଡବଲ ପ୍ରତାରାଣା ଦେଇଛି। ଏମଏମଡିଆର ଉପରେ ଏକ ଦୈନିକ ଓଡିଆ ଖବରକାଗଜରେ ଆଲେଖ୍ୟ ଜରିଆରେ ସରକାରଙ୍କୁ ନିଶାନା ସାଧିଛନ୍ତି ସୁଜାତା।

ସେ ଲେଖିଛନ୍ତି କହିଛନ୍ତି ଦେଶର ମୋଟ ଖଣିଜ ସମ୍ପଦର ଏକ ସିଂହଭାଗ ଓଡ଼ିଶାରେ ଗଚ୍ଛିତ ରହିଛି। ହେଲେ MMDR ଆଇନ ବଳରେ ଓଡ଼ିଶାଠାରୁ ତାର ଅଧିକାର ଛଡ଼ାଇ ନିଆଯାଇଛି। ରାଜ୍ୟ ମାନେ ଟିକସ, ସେସ୍ ଓ ଅନ୍ୟାନ୍ୟ ଲେଭି ଲାଗୁ କରିପାରିବେ ନାହି। ଏପରିକି ରାଜ୍ୟମାନଙ୍କର ବକେୟା ପ୍ରାପ୍ୟ ବି ଆଦାୟ କରିବାର ଅଧିକାରକୁ ସମାପ୍ତ କରିଦିଆଯାଇଛି। ଯାହା ଫଳରେ ଲକ୍ଷ ଲକ୍ଷ କୋଟି ଟଙ୍କାର ବକେୟା କର ରାଜ୍ୟ ସରକାର ଆଦାୟ କରିପାରିବେ ନାହିଁ। ।

Also Read: ବିକ୍ରମ ପଣ୍ଡାଙ୍କ ପ୍ରସେସନକୁ ନେଇ ଜୋର୍ ଧରିଲା ରାଜନୀତି, ଅଲାଜୁକଙ୍କ ଭଳି ଶୋଭାଯାତ୍ରା କରୁଥିବା କହିଲେ ମନ୍ତ୍ରୀ

ସେ କହିଛନ୍ତି, ପ୍ରତିବର୍ଷ ପ୍ରାୟ ୧୨ ହଜାର କୋଟି ଟଙ୍କାର ଟିକସ ଆଦାୟରୁ ମଧ୍ୟ ବଞ୍ଚିତ ହେବ ଓଡିଶା। ଖଣି ଖୋଳାଯିବ ଓଡ଼ିଶାର ମାଟିରେ। ଧୂଳି ଓ ଧୂଆଁ ସହିବେ ଓଡ଼ିଶାର ବାସିନ୍ଦା। ବିସ୍ଥାପିତ ହେବେ। ହେଲେ ଖଣି ଉପରେ ଓଡ଼ିଶାର ଅଧିକାର ରହିବ ନାହିଁ। ଏସବୁ ଜାଣିବି ବିଜେପିର୨୦ ସାଂସଦ ସଂସଦରେ କେମିତି ନୀରବ ରହିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ସୁଜାତା। ଏଥିସହିତ ସାମ୍ବାଦିକ ସମ୍ମିଳନୀ କରି ବିଜେଡି କହିଛି ବିଜେପି ନେତାମାନେ ବେଲଜ୍ୟା । ବିଜେଡି ସରକାରରେ ବର୍ଷକୁ ୩ହଜାର କୋଟି ଟଙ୍କା ଋଣ କରୁଥିବା ବେଳେ ବର୍ତମାନ ସରକାର ବର୍ଷକୁ ୭୦ ହଜାର କୋଟି ଟଙ୍କା ଋଣ କରୁଛନ୍ତି।

ସୁଜାତା ଏହି ଆଲେଖ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଖଣି ମନ୍ତ୍ରୀ ବିଭୁତି ଜେନା। ଖଣି ମନ୍ତ୍ରୀ କହିଛନ୍ତି ଏମଏମଡିଆର କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ହୁଏ । ବିରୋଧୀ କେବଳ ଭ୍ରମିତ କରୁଛନ୍ତି। ଆର୍ଟକିଲ ମାଧ୍ୟମରେ ହେଉ କିମ୍ବା ସ୍ତମ୍ବକାରଙ୍କ ମାଧ୍ୟମରେ ଏହା ବିରୋଧରେ କହିଚାଲିଛନ୍ତି। ବିଜ୍ଞ, ଗୁଣି ସ୍ତମ୍ବକାରମାନେ ମଧ୍ୟ ଏକଥା ଲେଖୁଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ, ବିରୋଧୀ ଦଳ ନେତା ମଧ୍ୟ ଲେଖୁଛନ୍ତି | କିନ୍ତୁ ସତ କଣ ? ସତ୍ୟ ହେଉଛି ଏମଏମଡିଆର ଆକ୍ଟ ସଂଶୋଧନ କରି ସଶକ୍ତ ଖଣି ନୀତି ପ୍ରଣୟନ କରିଛନ୍ତି କେନ୍ଦ୍ର ସରକାର | କ୍ଷତି ହେବ ବୋଲି ବିରୋଧୀ କହୁଛନ୍ତି, କିନ୍ତୁ ଖଣିରୁ କେବେ ଲାଭ କରିଥିଲା କି ରାଜ୍ୟ ?

Also Read: ‘ଦଳ ନୁହେଁ, ଓଡ଼ିଶା ପାଇଁ ଠିଆ ହୁଅନ୍ତୁ’.. ବିଜେପି ସାଂସଦଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ଏମଏମଡିଆର ସଂଶୋଧନ ଆଇନକୁ ବିଜେଡି ବଡ ପ୍ରସଙ୍ଗ କରି ଥିବାବେଳେ ପ୍ରତିଦିନ ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଛି।ଯାହାର ଜବାବ ବିଜେପି ଦେବା ସହିତ ଏମଏମଡିଆରର ଲାଭ ସଂପର୍କରେ ବୁଝାଇବାକୁ ଚେଷ୍ଟା କରୁଛି। ଭୁବନେଶ୍ବରରୁ କ୍ୟାମେରା ପର୍ସନ ଗୁଣ୍ତିଚାଙ୍କ ସହିତ ଲକ୍ଷ୍ମୀଧର ମହାପାତ୍ର।