LIVE TV

ପୀତବାସ ପଣ୍ଡା ହତ୍ୟା ଘଟଣାକୁ ୧୫ ଘଣ୍ଟା ବିତିଲାଣି, ତଥାପି ଅପରାଧୀଙ୍କୁ ଧରିପାରୁନି ପୋଲିସ-ବିଜେଡି

NEWS7
bjd

ଭୁବନେଶ୍ୱର ୦୭।୧୦ : ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ଘଟଣା । ପଏଣ୍ଟ ବ୍ଲାକ ରେଞ୍ଜରୁ ଗୁଳି କରି ହତ୍ୟା କରାଯାଇଛି।ପୁରା ଘଟଣାକୁ ୧୫ ଘଣ୍ଟା ବିତିଲାଣି । ତଥାପି ଅପରାଧୀ ଧରାପଡୁନାହାନ୍ତି । ଜିଲ୍ଲାରେ ଦୁଇ ମନ୍ତ୍ରୀ ଥାଇ ବି ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଛି ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଭୃଗୁ ବକ୍ସିପାତ୍ର।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କୁମାର ପୂର୍ଣ୍ଣିମା ଗୋଟିଏ ଗଣପର୍ବ । ଏହି ସମୟରେ ପାଟ୍ରୋଲିଂ କଡ଼ାକଡି ନଥିଲା । ପୀତବାସ ପଣ୍ଡାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଘଟଣାକୁ ୧୫ ଘଣ୍ଟା ବିତିଗଲାଣି । ତଥାପି ଅପରାଧି ଧରାପଡିନାହାନ୍ତି । ଥାନା ଅଧିକାରୀ ଓ ଏସ୍‌ପି ଛୁଟିରେ ଅଛନ୍ତି । ଯେଉଁଠି ହତ୍ୟାକାଣ୍ଡ ଘଟିଲା, ସେଠାରେ ଥିଲା ସିସିଟିଭି ଖୋଲି ଦିଆଯାଇଥିଲା । ବିଜେପି ସରକାର କ୍ଷମତାକୁ ଆସିବା ପରେ ଗଞ୍ଜାମରେ ୧୨୬ ହତ୍ୟାକାଣ୍ଡ ଘଟିଛି । ଜିଲ୍ଲାରେ ଦୁଇ ମନ୍ତ୍ରୀ ଥିବା ବେଳେ ମଧ୍ୟ ନିଜ ନେତାଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି । ଆଇନଜୀବୀମାନେ ସରକାରଙ୍କ ପାଖରେ ବାରମ୍ବାର ଦାବି କରିଆସୁଛନ୍ତି । ତଥାପି କାହାର ନିଘା ନାହିଁ । ଘଟଣାକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ଗଭୀର ଦୁଃଖ ପ୍ରକାଶ କରାଯାଉଛି । ପୀତବାସଙ୍କ ହତ୍ୟା ଘଟଣା ପୁରା ତଦନ୍ତ ହେବା ଦରକାର । ​​​​​