ଭୁବନେଶ୍ୱର ୨୬।୦୬ : ପ୍ରଶ୍ନ କଲେ ବିଜେଡି-କଂଗ୍ରେସ । ୧୧ ଜଣ ନିଲମ୍ବିତ ବିଧାୟକ କମିଟିରେ ସ୍ଥାନ ପାଇବା ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ବିଜେଡି ଓ କଂଗ୍ରେସ । ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ୩ ମାସ ପରେ କମିଟି ଗଠନ କରିଛନ୍ତି ବାଚସ୍ପତି । ସମ୍ବିଧାନ ବିଧି ବ୍ୟବସ୍ଥାରେ ବିଧାନସଭା ଓ ସଂସଦ ଚାଲେ । ଓଡିଶାରେ ପ୍ରଥମ ଥର ଦେଖାଗଲା ବିଧାନସଭା କମିଟି ୩ ମାସ ହେବ ଗଠନ ହୋଇପାରିଲାନାହିଁ ।

ବିଜେଡିର ଦୁଇ ଜଣ ବିଧାୟକ କାହିଁକ ଗଠନ ହେଉନାହିଁ । ସେନେଇ ରାଜ୍ୟପାଳଙ୍କୁ ଅବଗତ କଲେ । ତାପରେ କମିଟିର ରୂପରେଖ ପ୍ରସ୍ତୁତ କରାଗଲା । କିଏ କେଉଁ କମିଟିରେ ଗଲା, କେଉଁ ଦଳରୁ ନାମାଙ୍କନ ଭରିଲେ । ତାହା ସ୍ପଷ୍ଟ ହୋଇନାହିଁ । ନିଲମ୍ବିତ ୧୧ ଜଣ ବିଧାୟକ ନାମାଙ୍କ ଭରିଲେ । ସେମାନଙ୍କ ପାଇଁ କିଏ ସୁପାରିଶ କଲେ, କିଏ ପ୍ରସ୍ତାବକ ପଡିଲେ । ବିଜେଡିର ୮ ଜଣ ବିଧାୟକ ପାଇଁ ବିଜେଡି ନାମାଙ୍କନ ଭରିନାହିଁ । ସେମାନେ କଣ ସରକାରୀ ଦଳ ପକ୍ଷରୁ ନାମାଙ୍କନ ଭରିଲେ କି ? ଏ ପ୍ରଶ୍ନର ସ୍ପଷ୍ଟତା ଆସିବା ଦରକାର ।

Also Read:-Ketan Murder Case: ଚେତନଙ୍କ ସହ ଥିଲା ବନ୍ଧୁତା କିନ୍ତୁ କେତନଙ୍କୁ କରିବାକୁ ଚାହୁଁଥିଲେ ବିବାହ ; ସିଆଙ୍କ ଆଫେୟାର୍ସକୁ ନେଇ ମାଆଙ୍କ ରଖିଲେ ବଡ ବୟାନ

ସେହିପରି ପିସିସି ସଭାପତି ଭକ୍ତ ଦାସ ମଧ୍ୟ ବାଚସ୍ପତି କମିଟିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ବାଚସ୍ପତି ନିଲମ୍ବିତ ବିଧାୟକଙ୍କୁ କମିଟିରେ ସାମିଲ କରି ଫେବର ଦେଖାଇଛନ୍ତି । କଂଗ୍ରେସର ୧୧ ଜଣ ବିଧାୟକ ଅଛନ୍ତି । ଆଉ କାହା ପାଇଁ କଂଗ୍ରେସ କାହିଁ ନାହିଁ । ନିଲମ୍ବିତ ବିଧାୟକ ବିଜେପିର ଏକଥା ଆଜି ସ୍ପଷ୍ଟ ହୋଇଛି । ସେମାନଙ୍କ କିଛି ଜଣଙ୍କୁ ବିଜେପି ଦଳରେ ସାମିଲ କରିପାରେ ବୋଲି ପିସିସି ସଭାପତି କହିଛନ୍ତି ।