ମହାନଦୀ ଜଳ ବିବାଦ : ବିଜେଡି କହିଲା ବିବାଦର ସମାଧାନ ହେଉ, ଜବାବ ରଖିଲା ବିଜେପି

Published By : Prameya-News7 Bureau | August 07, 2025 IST

ଭୁବନେଶ୍ୱର ୦୭।୦୮ : ମହାନଦୀ ଜଳ ବିବାଦ । ମାମଲାର ସମାଧାନ ପାଇଁ ଆମେ ସୁପ୍ରିମକୋର୍ଟ ଯାଇଥିଲୁ । ହେଲେ ସମାଧାନ ହୋଇନଥିଲା । ଯଦି ସରକାର ଶାସନକୁ ଆସିବା ପରେ କହିଥିଲେ କି ଆମେ ମହାନଦୀ ଜଳ ବିବାଦର ସମାଧାନ କରିବାକୁ କହିଥିଲେ । ଏବେ ଟ୍ରିପଲ ଇଞ୍ଜିନ ସରକାର । ସମାଧାନ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ଜଳ ଆୟୋଗ ମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହା ନିହାତି ଭଲ କଥା । ଆମେ ଆଶା କରୁଛୁ ବିବାଦର ସମାଧାନ ହେଉଛି । ଆପୋଷ ସମାଧାନ କରନ୍ତୁ ଉଭୟ ରାଜ୍ୟ । ଓଡ଼ିଶାବାସୀ ଆଶା ରଖିଛନ୍ତି । ଆମେ ବି ଆଶା ରଖୁଛୁ । ଭଲ କଥା । କିନ୍ତୁ ଓଡ଼ିଶା ମହାନଦୀରୁ ଯେତିକି ହକ୍‌ ପାଇବା କଥା । ସେତିକି ପାଇବା ଦରକାର । ତିନୋଟି ଋତୁରେ ତାହା ପାଇବା ଦରକାର । କିଛି ଦିନ ତଳେ ବିରୋଧୀ ଦଳ ନେତା ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । କଣ କରୁଛନ୍ତି ତାହା ସର୍ବଜାନୀନ ହେବା ଦରକାର । 

ଅନ୍ୟପଟେ ବିଜେଡି ପଚାରିଥିବା ପ୍ରଶ୍ନ ଉତ୍ତରରେ ରାଜ୍ୟ ସରକାରଙ୍କ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କେନ୍ଦ୍ର ସହ ଆଲୋଚନା କରିଛନ୍ତି । ଫେଡେରାଲ ଷ୍ଟ୍ରକ୍‌ଚର ହିସାବରେ କାମ ଚାଲିଛି । ଖୁବଶୀଘ୍ର ମାମଲାର ସମାଧାନ ହେବ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.