ଜଗତସିଂହପୁରରୁ ବିଭୁ ପ୍ରସାଦ ତରାଇ ପ୍ରାର୍ଥୀ, କହିଲେ- ସାଧାରଣ ଜନତାଙ୍କ ବିଭିନ୍ନ ମୌଳିକ ସମସ୍ୟାକୁ ସମାଧାନ କରିବାକୁ ଦେବେ ପ୍ରାଥମିକତା

Published By : Prameya-News7 Bureau | March 25, 2024 IST

ପାରାଦୀପ ୨୫।୩: ଗତ ରବିବାର ବିଜେପି ପଞ୍ଚମ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା  ବୋଳେ ଓଡିଶାରେ ଲୋକସଭା ଆସନ ନେଇ ପ୍ରାର୍ଥୀ ଘୋଷଣା କରାଯାଇଛି । ଏହି ଘୋଷଣା ପରେ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ବିଭୁ ପ୍ରସାଦ ତରାଇଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ସମଗ୍ର ଜଗତସିଂହପୁର ଜିଲ୍ଲା ବିଜେପି କର୍ମୀମାନଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି l ଟିକେଟ୍ ଘୋଷଣା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ବିଭୁ ପ୍ରସାଦ ତରାଇ l ସେ କହିଛନ୍ତି, ବିଗତ ଦିନରେ ସାଂସଦ ଭାବରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଅନେକ ଜନକଲ୍ୟାଣକର ଯୋଜନା ସଫଳ କରିଛନ୍ତି ।

ଚଳିତ ସାଧାରଣ ନିର୍ବାଚନରେ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ଯୋଗ୍ୟ ପ୍ରାର୍ଥୀ ଭାବରେ ବିଭୁ ପ୍ରସାଦ ତରାଇଙ୍କୁ ଟିକେଟ ମିଳିବାକୁ ନେଇ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନକୁ ପାଥେୟ କରି ଜଗତସିଂହପୁର ସଂସଦୀୟ କ୍ଷେତ୍ରର ଗାରିମାକୁ ଅକ୍ଷୁର୍ଣ୍ଣ ରଖିବା ସହିତ କିଭଳି ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସାଧାରଣ ଜନତାଙ୍କ ବିଭିନ୍ନ ମୌଳିକ ସମସ୍ୟାକୁ ସମାଧାନ କରିବେ ଏହା ତାଙ୍କ ପ୍ରାଥମିକତା ରହିବ ବୋଲି ବିଭୁ ପ୍ରସାଦ ତାରାଇ କହିଛନ୍ତି l ଆଗାମୀ ସାଧାରଣ ନିର୍ବାଚନରେ ଭୋଟରମାନେ ନିଜ ନିର୍ବାଚନ ମଣ୍ଡଳୀର ଯୋଗ୍ୟ ପ୍ରାର୍ଥୀ, ଯିଏ ସେମାନଙ୍କ ସୁଖ ଦୁଃଖରେ ସାମିଲ ହୋଇପାରିବ ସେହିଭଳି ନେତୃତ୍ୱଙ୍କୁ ବହୁମତ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ।

You Can Read :

ଟିକେଟ୍ ନମିଳିଲେ ବି ପ୍ରାର୍ଥୀ ହେବି, କିନ୍ତୁ ବିଜେଡି କି କଂଗ୍ରେସକୁ ଯିବି ନାହିଁ : ଖାରବେଳ ସ୍ବାଇଁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.