ଭାରସାମ୍ୟ ହରାଇ ଓଲଟିଲା 'ବାବାମଣି', ଏକାଧିକ ବରଯାତ୍ରୀ ଆହତ

Published By : Prameya-News7 Bureau | April 29, 2024 IST

ଜଗତସିଂହପୁର ୨୯।୦୪ : ଓଲଟିଲା ବାବାମଣି । ଜଗତସିଂହପୁର-ବାଲିକୁଦା ଥାନା ଶୋଭା ଗାଁ ନିକଟରେ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ବାବାମଣି ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ରବିବାର ବିଳମ୍ବିତ ରାତିରେ ସ୍ଥାନୀୟ ବୁଦ୍ଧିସାହି ଗାଁରୁ ବରଯାତ୍ରୀ ନେଇ ଧନୁହର ବେଲାରୀ ଗାଁକୁ ଆସୁଥିଲା । ଏହି ସମୟରେ ଗାଡିଟି ଜଗତସିଂହପୁର-ବାଲିକୁଦା ଥାନା ଶୋଭା ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିପଡିଥିଲା । ଯାହାଫଳରେ ଗାଡିରେ ଥିବା କିଛି ଯାତ୍ରୀ ଆହତ ମଧ୍ୟ ହୋଇଥିଲେ । 

ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସମସ୍ତ ଆହତଙ୍କୁ ଦୁର୍ଘଟଣାଗ୍ରସ୍ତ ବସ୍‌ରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.