ଗୃହ-ଅର୍ଥ-ପ୍ରତିରକ୍ଷା-ବିଦେଶ ମନ୍ତ୍ରଣାଳୟରେ ହେବନି ପରିବର୍ତ୍ତନ ! ଏହି ଦିନ ମନ୍ତ୍ରୀଙ୍କୁ ମିଳିବ ବିଭାଗ

Published By : Prameya-News7 Bureau | June 10, 2024 IST

india today

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍‌ର ଶପଥ ଗ୍ରହଣ ସମାରୋହ ସରିବା ପରେ ବି ଏ ପର୍ଯ୍ୟନ୍ତ କାହାରିକୁ ବିଭାଗ ବଣ୍ଟନ କରାଯାଇନି। ଏହା ମଧ୍ୟରେ ଖବର ଆସିଛି ଯେ, ମୋଦୀ ୩.୦ କ୍ୟାବିନେଟ୍‌ର ମନ୍ତ୍ରୀଙ୍କୁ ଜୁନ ୧୦ ତାରିଖ ସୋମବାର ବିଳମ୍ବିତ ରାତି ସୁଦ୍ଧା  ମନ୍ତ୍ରଣାଳୟ ମିଳିପାରେ। 

ସୂତ୍ର ଅନୁଯାୟୀ, ରାୟସୀନା ହିଲ୍ସର ମନ୍ତ୍ରଣାଳୟରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା କମ ରହିଛି। ଅର୍ଥାତ ଗୃହ, ପ୍ରତିରକ୍ଷା, ଅର୍ଥ ଓ ବୈଦେଶିକ ମନ୍ତ୍ରଣାଳୟର କୌଣସି ପରିବର୍ତ୍ତନ କରାଯିବ ନାହିଁ। ଏହି ସବୁ ମନ୍ତ୍ରଣାଳୟ ପୂର୍ବବତ ବିଜେପି ପାଖରେ ରହିବ। ଅନ୍ୟ ମନ୍ତ୍ରଣାଳୟ ଏନଡିଏର ସହଯୋଗୀ ଦଳ ଭିତରେ ସମନ୍ବୟ ସହ ବଣ୍ଟନ କରାଯାଇପାରେ। 

Also read: ଲୋକସଭା ବାଚସ୍ପତି ପଦକୁ ନେଇ କାହିଁକି ଅଧିକ ଟଣାଓଟରା, କୌଣସି ପ୍ରକାର ବୁଝାମଣା ପାଇଁ ପ୍ରସ୍ତୁତ ନାହିଁ ବିଜେପି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍‌ରେ ସାମିଲ୍ ମୋଟ୍ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟରୁ ୨୫ ବିଜେପିର ଥିବା ବେଳେ ୫ ମନ୍ତ୍ରୀପଦ ଏନଡିଏର ସହଯୋଗୀ ଦଳକୁ ଦିଆଯାଇଛି। ମୋଦୀ ୩.୦ କ୍ୟାବିନେଟ୍‌ରେ ରବିବାର ୭୨ ମନ୍ତ୍ରୀ ଶପଥ ନେଇଛନ୍ତି। ଏଥିରୁ ୩୦ ଜଣ କ୍ୟାବିନେଟ୍, ୩୬ ରାଷ୍ଟ୍ରମନ୍ତ୍ରୀ ଏବଂ ୫ ଜଣଙ୍କୁ ସ୍ଵତନ୍ତ୍ର ପ୍ରଭାର ଦିଆଯାଇଛି। 

ମୋଦୀ କ୍ୟାବିନେଟ୍‌ରେ ୬ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ନଜର ଆସିବେ। ଏଥିରେ ମଧ୍ୟ ପ୍ରଦେଶର ଶିବରାଜ ସିଂ ଚୌହ୍ଵାନ, ଉତ୍ତରପ୍ରଦେଶ୍‌ ରାଜନାଥ ସିଂ, ହରିୟାଣାର ମନହୋରଲାଲ ଖଟ୍ଟର, ଆସାମର ସର୍ବାନନ୍ଦ ସନଓ୍ଵାଲ, କର୍ଣ୍ଣାଟକର ଏଚଡି କୁମାରସ୍ଵାମୀ ଓ ବିହାରର ଜିତନରାମ ମାଂଝୀ ସାମିଲ। 

 

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.