ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ୍, ନୋ ଫ୍ଲାଇଂ ଜୋନ୍‌ରେ ଡ୍ରୋନ୍ ମାଧ୍ୟମରେ ଫଟୋ ଓ ଭିଡିଓ ଉତ୍ତୋଳନ

NEWS7
who-will-be-the-chief-minister-of-the-state-the-decision-could-be-tomorrow-these-are-the-leaders-in-the-race-

ପୁରୀ ୨୧।୧୨: ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ୍। ଡ୍ରୋନ୍ ଦ୍ବାରା ନିଆଯାଇଥିବା ଶ୍ରୀମନ୍ଦିରର ଫଟୋ ହୋଇଛି ଭାଇରାଲ । ତେବେ ଫେସବୁକରେ ଏକ ସଂସ୍ଥା ଛାଡିଛି ଏହି ଫଟୋ । ଫେସବୁକରେ ଅପଲୋଡ ହୋଇଥିବା ଏହି ଫଟୋକୁ ଅନେକ ଲୋକ ସେୟାର ଏବଂ ରିପୋଷ୍ଟ ମଧ୍ୟ କରିଛନ୍ତି ।

ତେବେ ଶ୍ରୀମନ୍ଦିର ଉପରୁ ଡ୍ରୋନ୍ ମାଧ୍ୟମରେ ଏହି ଫଟୋ କିଭଳି ନିଆଗଲା ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଫଟୋରେ କୁରମ ବେଢା ଭିତରେ ଥିବା ବଡ଼ଦେଉଳ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବା ଦେବୀଙ୍କ ମନ୍ଦିର ଦେଖାଯାଉଛି । ମେଘନାଦ ପାଚେରୀ ଭିତରେ ଥିବା ଅନ୍ୟାନ୍ୟ ଐତିହ୍ୟ ଓ ମନ୍ଦିର ମଧ୍ୟ ଫଟୋରେ ଦେଖାଯାଉଛି । ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ ଜୋନ୍ କରାଯାଇଥିବା ବେଳେ ଡ୍ରୋନ୍ ମାଧ୍ୟମରେ ଶ୍ରୀମନ୍ଦିର ଉପରୁ ଫଟୋ ଓ ଭିଡିଓ କିଭଳି ଉତ୍ତୋଳନ କରାଗଲା ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।